ଇଫକୋ ଏବଂ ଜିଲ୍ଲା ସ୍ତରୀୟ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର, ୧୯/୦୯/୨୦୨୨ – ଇଫକୋ ଏବଂ ଜିଲ୍ଲା ସ୍ତରୀୟ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ୩୩ଟି କୃଷି ବିଜ୍ଞାନ କେନ୍ଦ୍ରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଇଫକୋର ୧୮ ଜଣ କ୍ଷେତ୍ର ଅଧିକାରୀ ଏବଂ ସାର ବିକ୍ରି ସହାୟକମାନେ ଏହାକୁ ପରିଚଳନା କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ, କୃଷି ବିଶେଷଜ୍ଞ, ଏବଂ ବ୍ଲକ ସ୍ଥରୀୟ କୃଷି ଅଧିକାରୀମାନେ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ ।
ଇଫକୋର ରାଜ୍ୟ ବିପଣନ ପ୍ରବନ୍ଧକ ସୌରଭ କୁମାର ଚାଟାର୍ଜୀ ଓ କ୍ଷେତ୍ର ପ୍ରବନ୍ଧକ ସୁବାଷ କୁମାର ଜେନା ଯଥାକ୍ରମେ ଖୋର୍ଦ୍ଧା ଏବଂ ପୁରୀ କୃଷି ବିଜ୍ଞାନ କେନ୍ଦ୍ରରେ ଯୋଗ ଦେଇ କୃଷକମାନଙ୍କର ଉନ୍ନତି ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ପୋଷଣ ଅଭିଯାନ ନେଇ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ପୋଷଣ ମାସ ପାଳନର ତାତ୍ପର୍ଯ୍ୟ, ଉଦ୍ଦେଶ୍ୟ ଏବଂ ଉପକାରିତା ସମ୍ୱନ୍ଧରେ ମଧ୍ୟ ଭାଷଣ ଦେଇଥିଲେ । ଏହା ସହିତ ଖାଦ୍ୟ ନିରାପତ୍ତା, ସୁଷମ ଖାଦ୍ୟ ଏବଂ ପାକଶାଳା ପ୍ରସ୍ତୁତି ସମ୍ପର୍କରେ ବୁଝାଇଥିଲେ । ଇଫକୋର କ୍ଷେତ୍ର ଅଧିକାରୀମାନେ ଇଫକୋର ନାନୋ ୟୁରିଆ, ଜଳ ଦ୍ରବଣୀୟ ସାର, ଜୈବିକ ସାର ଭଳି ଉତ୍ପାଦ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଏହା ସହିତ କୃଷକମାନଙ୍କୁ ଇଫେକୋ ପକ୍ଷରୁ ପନିପରିବା ଚାଷ ପାଇଁ ମଞ୍ଜି, ଏବଂ ଚାରା ବଣ୍ଟା ଯାଇଛି।