ଅନ୍ୟାନ୍ୟ
ନଦୀରେ ଭାସିଗଲେ ଦୁଇ ଯୁବକ
![](https://i0.wp.com/odia.mobilenews24x7.com/wp-content/uploads/2022/03/Kharasrota_River_Bridge_-_panoramio-1536x1152-1-e1663675984595.jpg?resize=780%2C470&ssl=1)
ପାଟପୁର, ୨୦/୦୯/୨୦୨୨- ନଦୀରେ ଭାସିଗଲେ ଦୁଇ ଯୁବକ । ଦୁଇ ଯୁବକ ହେଉଛନ୍ତି ଜଗନ୍ନାଥ ସେଠି ଓ ବଳିଆ ଡାକୁଆ । ସେମାନଙ୍କ ମଧ୍ୟରୁ ବଳିଆ ନିଖୋଜ ଥିବା ବେଳେ ଜଗନ୍ନାଥଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଜଗନ୍ନାଥଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି କୁ ସ୍ଥାନାନ୍ତର କରାଯାଇଛି । ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଘୋଡାହାଡ଼ ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏହି ଘଟଣାଟି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଫାଶିଗୁଡା ପଞ୍ଚାୟତର ବାଙ୍ଗରଡା ଗାଁରେ ଘଟିଛି ।