Featuredଅନ୍ତର୍ଜାତୀୟଜାତୀୟ
ହ୍ୱାଇଟ ହାଉସରେ ଦୀପାବଳି

କେବଳ ଭାରତରେ ନୁହେଁ ବିଦେଶରେ ବି ପାଳନ ହୋଇଛି ଦୀପାବଳୀ । ଆମେରିକା, କାନାଡା ଭଳି ଦେଶରେ ମଧ୍ୟ ଦୀପାବଳିର ଧୂମ ଦେଖିବାକୁ ମିଳିଛି । ଆମେରିକା ଓ କାନାଡାରେ ରହୁଥିବା ପ୍ରବାସୀ ଭାରତୀୟ ଦୀପାବଳିକୁ ବେଶ ଧୁମଧାମରେ ପାଳନ କରିଛନ୍ତି । ସେହିଭଳି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ପ୍ରବାସୀ ଭାରତୀୟଙ୍କ ସହ ମିଶି ହ୍ୱାଇଟ ହାଉସରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି । ପତ୍ନୀ ଜିଲ ବାଇଡେନ ଓ ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶୋଦ୍ଭବ କମଳା ହାରିସଙ୍କ ସହ ମିଶି ଜୋ ବାଇଡେନ ପାଳିଛନ୍ତି ଦୀପାବଳି । ସୋମବାର ରାତିରେ ହ୍ୱାଇଟ ହାଉସରେ ଦୀପାବଳି ସେଲିବ୍ରେସନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଯେଉଁ କାର୍ଯ୍ୟକ୍ରମରେ ଅନେକ ଭାରତୀୟ କର୍ମଚାରୀ ସାମିଲ ହୋଇଥିଲେ । ବାଇଡେନ କହିଥିଲେ, ପୂର୍ବ ସରକାର ଅପେକ୍ଷା ଆମ ସରକାରରେ ଅଧିକରୁ ଅଧିକ ଭାରତୀୟ ବଂଶୋଦ୍ଭବ ସାମିଲ ହୋଇଛନ୍ତି । ଆମେରିକୀୟ ସଂସ୍କୃତି ସହ ଦୀପାବଳି ଯୋଡି ହେଉଥିବାରୁ ସମସ୍ତଙ୍କୁ ଶୁଭକାମନା ।