ଅନ୍ୟାନ୍ୟ

ହଷ୍ଟେଲରୁ ଛାତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର

ଓଲଟପୁର, ୨୫/୧୦/୨୦୨୨ –   କଟକ ଜିଲ୍ଲା ଓଲଟପୁର ଥାନା ଅଡ଼ଶପୁରରେ ଥିବା ଦେବକି ହଷ୍ଟେଲରେ ଜଣେ ଛାତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ରଶ୍ମିରେଖା ଖିଲାର । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଝିଅକୁ ହଷ୍ଟେଲ କର୍ତ୍ତୃପକ୍ଷ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଝିଅର ବଡବାପା । ରଶ୍ମିରେଖାଉଦୟନାଥ ମହାବିଦ୍ୟାଳୟର + ବିଜ୍ଞାନର ୩ୟ ବର୍ଷର ଛାତ୍ରୀ ଥିଲେ । ତାଙ୍କ ଘର ଯାଜପୁର କୁଆ ଖିଆ ଥାନା ବେଦମତି ଗାଁରେ ।ଘଟଣାରେ ଓଲଟପୁର ପୋଲିସ ତଦନ୍ତ ଆରମ୍ଭ କରିଛି ।

ପରିବାର ଲୋକଙ୍କ କହିବା ମୁତାବକ ସୋମବାର ଦୀପାବଳି ଦିନ ଝିଅ ନିଖୋଜ ନେଇ ପରିବାର ଲୋକଙ୍କୁ ହଷ୍ଟେଲ ମାଲିକ ଫୋନ ଯୋଗେ କହିଥିଲେ । ପରିବାର ଲୋକ ଖବର ପାଇ ହଷ୍ଟେଲରେ ଆସି ପହଞ୍ଚିଥିଲେ । ପରିବାର ଲୋକଙ୍କୁ ହଷ୍ଟେଲ ମାଲିକ କହିଥିଲେ ଯେ, ତାଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି । ହଷ୍ଟେଲରେ ରୁମରେ ଝିଅର ଝୁଲନ୍ତା ମୃତହେହ ଦେଖି ତାଜୁବ ହୋଇଯାଇଥିଲେ ପରିବାର ଲୋକ । ପାରିପାର୍ଶ୍ୱିକ ସ୍ଥିତି ଦେଖିବା ପରେ ଲାଗିଥିଲା ଯେ ଝିଅକୁ ହତ୍ୟା ପରେ ମାରି ଟାଙ୍ଗି ଦିଆଯାଇଛି ।

ମୃତ ଛାତ୍ରୀଙ୍କ ବଡବାପାଙ୍କ ଅଭିଯୋଗ ଅନୁଯାୟୀ ଝିଅ ମୃତଦେହ ଝୁଲୁଥିବା ଓଢଣୀରେ ଅନେକ ଗଣ୍ଠି ପଡିଥିଲା । ଯାହାକୁ ନେଇ ତାଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା । ଝିଅ ସହ ରହୁଥିବା ଅନ୍ୟ ସାଙ୍ଗମାନଙ୍କ ମତାମତ ମଧ୍ୟ ପାଖାପାଖି ସମାନ ଥିଲା । ତାଙ୍କ ମତରେ ସେମାନେ ଏକାଠି ଛାତ ଉପରକୁ ଯାଇଥିଲେ, ହଠାତ୍ ସେଠାରେ ରଶ୍ମିରେଖା ନଥିଲେ । ଖାଇବାକୁ ଡାକିବାକୁ ଯିବା ବେଳକୁ ରଶ୍ମିରେଖା ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ପରିବାର ଲୋକ ଦାବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com