ଅନ୍ୟାନ୍ୟ

ବରୁଣେଇ ପାହାଡ଼ ତଳେ ଥିବା ପ୍ଲାଷ୍ଟିକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର, ୦୩/୦୩/୨୦୨୩ –    ଖୋର୍ଦ୍ଧା ବରୁଣେଇ ପାହାଡ଼ ତଳେ ଥିବା ପ୍ଲାଷ୍ଟିକ କାରଖାନା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ । ଅଗ୍ନିଶମ ବିଭାଗର ୧୦୦ରୁ ଅଧିକ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ନିଆଁ ଲିଭା କାର୍ଯ୍ୟରେ ୧୦ଟି ଅଗ୍ନିଶମ ଗାଡ଼ି ଲାଗିଛି । ହେଲେ ନିଆଁର ବେଗ ଏବଂ ଅଧିକ ତାତି ପାଇଁ ନିଆଁ ଲିଭାଇବା ଅସମ୍ଭବ ହୋଇ ପଡ଼ିଛି । ଘଟଣାସ୍ଥଳରେ ପୋଲିସ କର୍ତ୍ତୃପକ୍ଷ ସ୍ଥିତି ଉପରେ ନଜର ରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com