Featuredଅନ୍ତର୍ଜାତୀୟ
ପାକ୍ ସରକାରଙ୍କ ଉପରେ ପୁଣି ବର୍ଷିଲେ ଇମ୍ରାନ୍ ଖାନ୍
![](https://i0.wp.com/odia.mobilenews24x7.com/wp-content/uploads/2022/11/Imran_Khan_1667578373281_1667901885571_1667901885571.webp?resize=780%2C470&ssl=1)
ପାକିସ୍ତାନରେ ପୂର୍ବତନ ପ୍ରଧାନମମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଗୁଳିମାଡ଼କୁ ନେଇ ଏବେବି ରାଜନୀତିରେ ସରଗରମ ରହିଛି। ଗୁଳିମାଡ଼ ପରେ ଇମ୍ରାନ୍ ଗଣମାଧ୍ୟମକୁ ଆସି ଅନେକ ଅଭିଯୋଗ କରିଛନ୍ତି। ଏବେ ପୁଣି ଥରେ ଇମ୍ରାନ ଗଣମାଧ୍ୟମରେ ପାକିସ୍ତାନ ସରକାରଙ୍କ ଉପରେ ବର୍ଷିଛନ୍ତି। ସିଏନଏନକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଇମ୍ରାନ୍ କହିଛନ୍ତି ଯେ, ଗୁଞ୍ଜରଓ୍ବାଲାରେ ରାଲିରେ ତାଙ୍କ ଉପରେ ହୋଇଥିବା ଆକ୍ରମଣରେ ସର୍ଜରୀ ପରେ ତାଙ୍କ ଡାହାଣ ଗୋଡ଼ରୁ ତିନି ଗୁଳି ବାହାର କରାଯାଇଛି। ଇମ୍ରାନ୍ ଖାନ୍ ଏହା ମଧ୍ୟ କହିଛନ୍ତି ଯେ ଆକ୍ରମଣ ନେଇ ତାଙ୍କୁ ପୂର୍ବରୁ ସୂଚନା ମିଳିଥିଲା। ଗୁଇନ୍ଦା ସଂସ୍ଥା ତାଙ୍କୁ ଏନେଇ ସୂଚନା ଦେଇଥିଲେ। ଏହି ସମୟରେ ସେ କହିଥିଲେ ଯେ, ’ମନେରଖନ୍ତୁ ସାଢ଼େ ତିନି ବର୍ଷ ସତ୍ତାରେ ରହିଥିଲି। ମୋ ପାଖରେ ଗୁଇନ୍ଦା ଏଜେନ୍ସୀ, ବିଭିନ୍ନ ଏଜେନ୍ସୀ ସହ ଏବେବି ସଂପର୍କ ରହିଛି।’