Featuredଅନ୍ତର୍ଜାତୀୟଜାତୀୟ

ଡ୍ରାଇ ସାମ୍ପୁ ପରେ ବଜାରରୁ ଫେରାଇ ନିଆଗଲା ହ୍ୟାଣ୍ଡ୍ ସାନିଟାଇଜର

ଡ୍ରାଇ ସାମ୍ପୁ ପରେ ଏବେ ହ୍ୟାଣ୍ଡ୍ ସାନିଟାଇଜରରେ ମଧ୍ୟ କ୍ୟାନ୍ସର ସୃଷ୍ଟି କରୁଥିବା ବିପଦପୂର୍ଣ୍ଣ କେମିକାଲ ମିଳିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକାରେ ପ୍ରାୟ ୨୦ ରୁ ଅଧିକ ହ୍ୟାଣ୍ଡ୍‌ ସାନିଟାଇଜର ବ୍ରାଣ୍ଡ୍‌ଙ୍କୁ ବଜାରରୁ ଫେରାଇ ନିଆଯାଇଛି ତଥା ପ୍ରତିବନ୍ଧକ ଲଗାଯାଇଛି। ଚୀନ, ଦକ୍ଷିଣ କୋରିଆ ଏବଂ ଆମେରିକାରେ ପ୍ରସ୍ତୁତ ସାନିଟାଇଜରର ଫେରସ୍ତ ନିଆଯାଇଛି। ଏହାର ଜେଲ୍ ଏବଂ ସ୍ପ୍ରେ ଉଭୟରେ ବେଞ୍ଜିନର ମାତ୍ରା ବିପଦପୂର୍ଣ୍ଣ ସ୍ତରରେ ମିଳିଛି। ବେଞ୍ଜିନରେ ଲ୍ୟୁକେମିୟା କ୍ୟାନ୍ସର ହେବାର ବିପଦ ରହିଥାଏ। ସମୁଦାୟ ୨୧ ବ୍ରାଣ୍ଡ୍‌ର ହ୍ୟାଣ୍ଡ୍ ସାନିଟାଇଜରକୁ ବଜାରରୁ ହଟାଯାଇଛି। ସାନିଟାଇଜରକୁ ଯେତେବେଳେ ହାତରେ ଲଗାଯାଇଥାଏ ସେତେବେଳେ ସେଥିରେ ଥିବା ବିପଜ୍ଜନକ ବେଞ୍ଜିନ୍ ତ୍ବଚା ମାଧ୍ୟମରେ ଶରୀରକୁ ଯାଇଥାଏ। ଯେହେତୁ ଏହି ସବୁ ସାନିଟାଇଜରରେ ବେଞ୍ଜିନ୍ ମାତ୍ରା ଅଧିକ ରହିଛି। ଏମିତିରେ ଲୋକଙ୍କୁ କ୍ୟାନ୍ସର ବିପଦ ବଢ଼ିପାରେ। କିଛି ବିଦେଶୀ ସାନିଟାଇଜର ଉପରେ ସଂପୂର୍ଣ୍ଣ ଭାବରେ ପ୍ରତିବନ୍ଧକ ଲଗାଯାଇଛି। ଅନେକ ହ୍ୟାଣ୍ଡ୍ ସାନିଟାଇଜରରେ ବେଞ୍ଜିନ୍‌ରେ ମାତ୍ରା ନିର୍ଦ୍ଦାରିତ ସୀମାଠାରୁ ଅଧିକ ରହିଥିଲା।

Related Articles

Back to top button