ଅନ୍ୟାନ୍ୟ
ଖେରସନ ସହରରୁ ୪୦୦ରୁ ଅଧିକ ମୃତଦେହ ଉଦ୍ଧାର

ଋଷର ପ୍ରଚଣ୍ଡ ପ୍ରହାରରେ ସୁନ୍ଦର ଖେରସନ ସହର ଏବେ ନର୍କ ପାଲଟି ଯାଇଛି । ଗୋଟିଏ ଦିନରେ ଖେରସନରୁ ୪୦୦କୁ ଅଧିକ ମୃତଦେହ ଉଦ୍ଧାର କରାଯାଇଛି । ରବିବାର ରାତିରେ ୟୁକ୍ରେନ ରାଷ୍ଟ୍ରପତି ଭାଲଡିମିର ଜେଲେସ୍କି ଦେଶବାସୀଙ୍କ ଆଗରେ ଋଷ୍ ବର୍ବତାର କାହାଣୀ ବଖାଣିଛନ୍ତି । ଖେରସନରୁ ଲାଗାତର ୟୁକ୍ରେନ ସୈନ୍ୟ ଓ ସାଧାରଣ ଲୋକଙ୍କ ମୃତଦେହ ଉଦ୍ଧାର କରାଯାଉଛି । ସହର ଉପରେ ଋଷ୍ ୪୦୦ରୁ ଅଧିକ ଥର ବିସ୍ଫୋରଣ କରିଥିବା ଜେଲେସ୍କି କହିଛନ୍ତି । ଖେରସନ ସହରକୁ ଦକ୍ଷିଣ ଅପରେସନାଲ ସେନା ନିଜ ଅକ୍ତିଆରକୁ ନେଉଛନ୍ତି । ଖୁବ୍ ଶୀଘ୍ର ସବୁଠୁ ବଡ଼ ସହରକୁ ମୁକ୍ତ କରିବେ ବୋଲି ସୂଚନା ଦେଇଛନ୍ତି ଜେଲେସ୍କି ।