
ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ ଆଶ୍ଵସ୍ତି। ସ୍କୁଲ୍ ସର୍ଭିସ୍ କମିସନରେ ହୋଇଥିବା ଦୁର୍ନୀତିରେ ସିବିଆଇ ତଦନ୍ତ କରିବା ନେଇ କଲିକତା ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍ ଲଗାଇଛନ୍ତି ଉଚ୍ଚତମ ନ୍ୟାୟାଳୟ। କେବଳ ଏତିକି ନୁହେଁ ସୁପ୍ରିମକୋର୍ଟ ଏହି ମାମଲାରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ମନୀଷ ଜୈନଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ଉପରେ ରୋକ୍ ଲଗାଇଛନ୍ତି।