ଅନ୍ୟାନ୍ୟ
ଗଞ୍ଜେଇ ଗଛ ନଷ୍ଟ କରିବାକୁ ଯିବା ବେଳେ ବିସ୍ଫୋରଣ
![](https://i0.wp.com/odia.mobilenews24x7.com/wp-content/uploads/2022/11/explosion-e1669641522880.jpeg?resize=354%2C185&ssl=1)
ଭୁବନେଶ୍ୱର,୨୮/୧୧/୨୦୨୨- ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ଗଛ ନଷ୍ଟ କରିବାକୁ ଯାଇଥିବା ବେଳେ ବିସ୍ଫୋରଣ ହୋଇଛି । ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୁରକ୍ଷା କର୍ମୀ ଏବଂ ବନ କର୍ମଚାରୀ । ବୌଦ୍ଧ ଲକଡପାଜୁ ଜଙ୍ଗଲରେ ଗଞ୍ଜେଇ ଗଛ ଲାଗିଥିବା ସନ୍ଧାନ ପାଇ ବନ କର୍ମଚାରୀ ଓ ସୁରକ୍ଷା କର୍ମୀ ଗଞ୍ଜେଇ ଗଛ ନଷ୍ଟ କରିବାକୁ ଯାଇଥିଲେ । କିନ୍ତୁ ଘଟଣାସ୍ଥଳରେ ୫୦ ବନ କର୍ମଚାରୀଙ୍କ ଏହି କାର୍ଯ୍ୟକୁ ସଫଳ ନ କରିବା ଉଦ୍ଦେଶ୍ୟରେ କିଛି ଦୁର୍ବୃତ୍ତ ବିସ୍ଫୋରଣର ଷଡଯନ୍ତ୍ର କରିଥିଲେ । ଯାହାଫଳରେ ସେଠାରେ ଲ୍ୟାଣ୍ଡମାଇନ ବିସ୍ଫୋରଣର ପ୍ରସ୍ତୁତି କରା ଯାଇଥିଲା । ଏହି ଘଟଣାର ଅଧିକ ତଥ୍ୟ ପାଇଁ ପୁଲିସ ନିଜର ତଦନ୍ତ ଜାରି ରଖିଛି ।