![](https://i0.wp.com/odia.mobilenews24x7.com/wp-content/uploads/2022/12/6dc9c689f1aaae7ff5607621e03e5cac1670486402855209_original.jpg?resize=720%2C470&ssl=1)
ଭୁବନେଶ୍ୱର: ବଲିଉଡର ‘ହି-ମ୍ୟାନ୍’ ଧର୍ମେନ୍ଦ୍ର ଆଜି ତାଙ୍କର ୮୭ ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନରେ ବି-ଟାଉନ୍ ଇଣ୍ଡଷ୍ଟ୍ରିର ସମସ୍ତ ସେଲିବ୍ରେଟିମାନେ ସୋସିଆଲ୍ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି। କିମ୍ବଦନ୍ତୀ ଅଭିନେତା ଭାରତୀୟ ସିନେମାକୁ ଅନେକ ହିଟ୍ ଏବଂ କ୍ଲାସିକ୍ ଚଳଚ୍ଚିତ୍ର ଦେଇଛନ୍ତି। ଭେଟେରାନ ଅଭିନେତ୍ରୀ ହେମା ମଲିନୀ ମଧ୍ୟ ସ୍ୱାମୀ ଧର୍ମେନ୍ଦ୍ରଙ୍କୁ ୮୭ ତମ ଜନ୍ମଦିନରେ ଏକ ବିଶେଷ ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି।
ଧର୍ମେନ୍ଦ୍ର ଖୁବ୍ ଶୀଘ୍ର ପରଦାରେ ନଜର ଆସିବେ। ସେ କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ’ ରକି ଅର ରାନୀ କି ପ୍ରେମ କାହାନୀ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ରଣଭୀର ସିଂ, ଆଲିଆ ଭଟ୍ଟ, ଜୟା ବଚ୍ଚନ ଏବଂ ଶବାନା ଆଜମୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଏହି ଫିଲ୍ମ ଆସନ୍ତା ବର୍ଷ ଏପ୍ରିଲ ୨୮ ରେ ପ୍ରେକ୍ଷାଳୟକୁ ଆସିବ।