![](https://i0.wp.com/odia.mobilenews24x7.com/wp-content/uploads/2022/12/Special-squad-to-enforce-Covid-norms-during-offline-Matric-exam-.jpg?resize=608%2C337&ssl=1)
ଭୁବନେଶ୍ୱର: ଆଜିଠାରୁ ମାଟ୍ରିକ ସମେଟିଭ୍-୧ ଖାତା ଦେଖା ଆରମ୍ଭ ହୋଇଛି । ସକାଳ ୯ ଟା ଠାରୁ ସନ୍ଧ୍ୟା ୫ଟା ଯାଏ ଚାଲିବ ଖାତା ଦେଖା ପ୍ରକ୍ରିୟା । ଏନେଇ ମୋଟ ୧୨,୪୫୦ ଜଣ ଶିକ୍ଷକଙ୍କୁ ମୂଲ୍ୟାୟନ ପାଇଁ ନିୟୋଜିତ କରାଯାଇଛି । ତେବେ ଏହି ମାଟ୍ରିକ ସମେଟିଭେ୍-୧ ଖାତା ଦେଖା ୫୬ଟି କେନ୍ଦ୍ରରେ ହେବ । ତେବେ ଖାତା ଦେଖା କେନ୍ଦ୍ରକୁ ନିରୀକ୍ଷକଙ୍କୁ ମୋମାଇଲ ନେବାକୁ ବାରଣ କରାଯାଇଥିବା ବେଳେ ୧୦ ଦିନ ମଧ୍ୟରେ ଖାତା ଦେଖା ସାରିବାକୁ ଲକ୍ଷ୍ୟ ରଖାଯାଇଛି ।