ଓଡ଼ିଶା

ଜଗତସିଂହପୁର ଜିଲ୍ଲା ହାଜତ ମୃତ୍ୟୁ ଘଟଣା, କଟକ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଡିଜିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

କଟକ() ଆଜି କଟକ ଛାତ୍ର କଂଗ୍ରେସ ଓ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଅଭୟଚନ୍ଦ୍ରପୁର ପୋଲିସ ଷ୍ଟେସନରେ ଘଟିଥିବା ହାଜତ ମୃତ୍ୟୁ ପ୍ରତିବାଦରେ ପୋଲିସ ଡିଜିଙ୍କ ଅଫିସ ସମ୍ମୁଖରେ ଏକ ପ୍ରତିବାଦ ସଭା କରାଯିବା ସହିତ ଏକ ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା । ଉକ୍ତ ଅଭିଯୋଗ ପତ୍ରରେ ହାଜତ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଜିଲ୍ଲା ଏସପି ଓ ଅଭିଚନ୍ଦ୍ରପୁର ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରହିବା ସହିତ ପୀଡିତ ପରିବାରଙ୍କୁ 50 ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯିବାପାଇଁ ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇ ଅଛି ।

ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାଶୀର ନାୱାଜ, ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଡ଼କ୍ଟର ବିପ୍ଳବ ଶିଳାଦିତ୍ୟ, ଓଡିଶା ଛାତ୍ର କଂଗ୍ରେସ ଉପସଭାପତି ସୁନୀଲ କୁମାର ମାଟିଆ,କଟକ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସଦାଶିବ ବାରିକ , ଯୁବ ସମାଜସେବି ସତୀଶ ଶେଖର,କଟକ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପର୍ଣ୍ଣାଶା ପାଲ, ଓଡିଶା ଛାତ୍ର କଂଗ୍ରେସର ସମ୍ପାଦକ ଆଶୁତୋଷ ରାଉତ, ସତ୍ୟଜିତ ସେଠି, କମଳେନ୍ଦୁ ଆଚାର୍ଯ୍ୟ, ଓଡିଶା ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କାର୍ତ୍ତିକେଶ୍ୱର କାଣ୍ଡି, କଟକ ସିଟି ଛାତ୍ର କଂଗ୍ରେସ ସଭାପତି ସୌମ୍ୟରଂଜନ ଦାଶ,ଓଡିଶା ଛାତ୍ର କଂଗ୍ରେସ ସମ୍ପାଦକ ସନ୍ଦୀପ ପଣ୍ଡାଙ୍କ ସହିତ ବହୁ ଛାତ୍ର କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com