ଓଡ଼ିଶା

ରାଜ୍ୟରେ ବଢ଼ୁଛି ସଂକ୍ରମଣ, ସମ୍ବଲପୁରରେ ବାଧ୍ୟତାମୂଳକ ହେଲା ମାସ୍କ

ସମ୍ବଲପୁର: ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ୫୦୦ ପାର କରି ଏବେ ହଜାରେ ମୁହାଁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ବଢ଼ୁଥିବା ଆକ୍ରାନ୍ତ ସଂଖ୍ୟାକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସମ୍ବଲପୁରରେ କୋଭିଡ ହାର ବଢ଼ୁଥିବାରୁ ଗାଇଡଲାଇନ ଜାରି କରିଛି ମହାନଗର ନିଗମ । ଟିଫିନ୍ ଦୋକାନ, ସେଲୁନ ସ୍ପାରେ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଦୋକାନରେ ଅଧିକ ଭିଡ଼ ହୁଏ ତେବେ ପାର୍ସଲ ଦେବାକୁ ପରାମର୍ଶ ଦିଆଯାଇଛି । ଯଦି କେହି ଏହି ନିର୍ଦ୍ଦେଶକୁ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଏହା ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ ଓ କଟକ ମହାନଗର ନିଗମରେ ମଧ୍ୟ ମାସ୍କ ବାଧ୍ୟତାମୂଳକ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com