ପ୍ରତିରକ୍ଷା ବିଭାଗ କିଣିବ ୧୨୦ ମିସାଇଲ
![](https://i0.wp.com/odia.mobilenews24x7.com/wp-content/uploads/2022/12/Pralay-Missile-1.jpg?resize=696%2C392&ssl=1)
ଚୀନ୍ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ଭାରତୀୟ ସେନା ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରଳୟ ସୀମାରେ ମୁତୟନ କରିବାକୁ ଚାହୁଁଛି । ଏଥିପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ୧୨୦ଟି ପ୍ରଳୟ ମିସାଇଲ କିଣାଯିବ ।DRDO ଏହି ମିସାଇଲ ତିଆରି କରୁଛି । ଏଲଏସିରେ ମୁତୟନ ହେବାକୁ ଥିବା ବାଲାଷ୍ଟିକ ମିସାଇଲ ପ୍ରଳୟର ୧୫୦ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ଭାରତର ପ୍ରତିରକ୍ଷା ବିଭାଗ ବିକଶିତ ଯୁଦ୍ଧକ୍ଷେତ୍ର ବ୍ୟବହାର ପାଇଁ ପ୍ରଳୟ ହେଉଛି ଭୂପୃଷ୍ଠରୁ ସର୍ଟ-ରେଞ୍ଜ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର । ପ୍ରଳୟ ମିସାଇଲରେ ୧ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି । ଏହାକୁ କଣ୍ଟ୍ରୋଲ ରୁମରୁ ବି ଗାଇଡ଼ କରାଯାଇପାରିବ । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବାଲିଷ୍ଟିକ ମିସାଇଲ ପ୍ରଳୟ ଓଜନ ୫ଟନ୍ । ଏହା ଟାର୍ଗେଟକୁ ୧୦ ମିଟର ପରିଧି ମଧ୍ୟରେ ହିଟ୍ କରିପାରିବାର କ୍ଷମତା ରଖିଛି । ବାୟୁରେ ଏକ ନିର୍ଦ୍ଦିଷ୍ଟ ଦୂରତା ଭ୍ରମଣ କରିବା ପରେ ଏହାର ଗତି ପରିବର୍ତ୍ତନ କରିବାର କ୍ଷମତା ମଧ୍ୟ ଅଛି ।