ଅନ୍ୟାନ୍ୟ
ବ୍ରାଜିଲର କିମ୍ବଦନ୍ତୀ ଫୁଟବଲ ଖେଳାଳି ପେଲେଙ୍କ ଦେହାନ୍ତ
ଭୁବନେଶ୍ୱର, ୩୦/୧୨/୨୦୨୨ – ବ୍ରାଜିଲର କିମ୍ବଦନ୍ତୀ ଫୁଟବଲ ଖେଳାଳି ପେଲେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ବିଶ୍ୱର ଏକମାତ୍ର ଖେଳାଳୀ ଭାବେ ୧୯୫୮, ୧୯୬୨ ଓ ୧୯୭୦ ଏହି ୩ ଫିଫା ବିଶ୍ୱକପ ଜିତିଛନ୍ତି । ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରୀଡ଼ା ଜୀବନ ଆରମ୍ଭ କରିଥିବା ଏହି ମହାନ ଖେଳାଳି ୯୨ ମ୍ୟାଚ୍ରେ ୭୭ ଗୋଲ୍ ଦେଇ ସର୍ବକାଳୀନ ଗୋଲ୍ ସ୍କୋରର୍ ହେବାର ଗୌରବ ଅର୍ଜନ କରିଥିଲେ । କର୍କଟରେ ପୀଡିତ ହୋଇ ଗତ ନଭେମ୍ବରରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।