ଅନ୍ୟାନ୍ୟ
ଭୁବନେଶ୍ୱର AIIMS ଛାତରୁ ଖସିଲା ସିଲିଂ

ଭୁବନେଶ୍ୱର, ୦୯/୦୧/୨୦୨୩ – ଭୁବନେଶ୍ୱର AIIMS ଛାତରୁ ଖସିଲା ସିଲିଂ । AIIMSର ୭ ନମ୍ବର ରୁମରେ ଜଣେ ମାତ୍ର ରୋଗୀ ଥିବାବେଳେ ରବିବାର ଏହି ଅଘଟଣ ଘଟିଛି । ଏଥିରେ ରୋଗୀଙ୍କ ଦୁଇ ଜଣ ସମ୍ପର୍କୀୟ ଆହତ ହୋଇଥିବା ଜଣାପଡିଛି । ଖବର ପାଇ ହସ୍ପିଟାଲ ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏ ସମ୍ପର୍କରେ ସମ୍ପୃକ୍ତ ରୋଗୀ କିମ୍ବା ଏମ୍ସ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।