ଅନ୍ୟାନ୍ୟ

ଆଜି ହେଉଛି ପ୍ରଥମାଷ୍ଟମୀ

ଆଜି ହେଉଛି ପ୍ରଥମାଷ୍ଟମୀ । ଘରର ଜ୍ୟେଷ୍ଠ ସନ୍ତାନକୁ ନୂଆ ଡ୍ରେସ , ଚନ୍ଦନ, ସିନ୍ଦୂର ଲଗାଯାଇ ବନ୍ଦାପନା କରାଯାଏ । ଆଉ ଏହି ପରମ୍ପରା ଅନୁସାରେ, ବଡ଼ ଭଣଜା ବା ଭାଣିଜୀ ପାଇଁ ମାମୁଁ ଘରୁ ଆସିଥାଏ ପ୍ରଥମାଷ୍ଟମୀ ଭାର । ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ପ୍ରତ୍ୟେକ ଓଡ଼ିଆ ଘରେ ଏହି ପର୍ବ ବେଶ ଆନନ୍ଦର ସହିତ ପାଳନ କରିଥାନ୍ତି । ଜ୍ୟେଷ୍ଠ ସନ୍ତାନଙ୍କର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ଏହି ପୂଜା କରାଯାଏ ।

ଶ୍ରୀ କ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ବି ହେବେ ପୋଢୁଆଁ । ଗତକାଲି ମାଧବ ମନ୍ଦିରରୁ ପ୍ରଥମାଅଷ୍ଟମୀ ଅବସରରେ ନୂତନ ବସ୍ତ୍ର ସହ ଫୁଲଫଳ,,ପାନ ଇତ୍ୟାଦି ଶ୍ରୀ ଜଗନ୍ନାଥଙ୍କ ଉଦେଶ୍ୟରେ ଲାଗି କରିବା ପାଇଁ ଆସିଥିଲା । ଆଉ ମହାପ୍ରଭୁଙ୍କର ପୋଢୁଆଁ ବେଶ ଦେଖିବା ପାଇଁ ଶ୍ରୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି ।

ଗତ କାଲି ଶ୍ରୀ କ୍ଷେତ୍ରରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ | ଜଗତସିଂହପୁର ଜିଲ୍ଲା ନିଆଳି ମାଧବ ମନ୍ଦିରରୁ ମାଧବାନନ୍ଦଜୀଉ ବିକାଶ ପରିଷଦ ପକ୍ଷରୁ ପ୍ରଥମାଅଷ୍ଟମୀ ଅବସରରେ ନୂତନ ପଢୁଆଁ ବସ୍ତ୍ର ସହ ଫୁଲଫଳ,,ପାନ ଇତ୍ୟାଦି ଶ୍ରୀ ଜଗନ୍ନାଥଙ୍କ ଉଦେଶ୍ୟରେ ଲାଗି କରିବା ପାଇଁ ଆସିଥିଲା | ନିଆଳି ମାଧବନନ୍ଦ ଜୀଉ ମନ୍ଦିର ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘର ବୋଲି ଦାବୀ କରାଯାଇଛି l ତେବେ ଶ୍ରୀମନ୍ଦିର ସତ୍ୱଲିପି ଓ ଇତିହାସରେ ଶ୍ରୀ ଜଗନ୍ନାଥଙ୍କର ମାମୁଁ ଘର ନଥିବା ଦୃଢୋକ୍ତିର ସହ ଗବେଷକ ମତ ରଖିଥିବା ବେଳେ ମାଦଳା ପାଞ୍ଜିରେ ମଧ୍ୟ ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘର ଥିବା କୁହାଯାଇଛି।

ପ୍ରାଚୀ ନଦୀ ତଟରେ ଥିବା ନିଆଳି ମାଧବ ମନ୍ଦିରରୁ ଭଜନ ଜଣାଣ ଓ ସଂକୀର୍ତ୍ତନ ମାଧ୍ୟମରେ ଵିଶାଳ ପଦଯାତ୍ରା ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚବାପରେ ବଡଦାଣ୍ଡ ଦେଇ ଶ୍ରୀ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଥିଲା ଏବଂ ଶ୍ରୀଜଗନ୍ନାଥଙ୍କ ଉଦେଶ୍ୟରେ ଆସିଥିବା ଭାର ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା l ପ୍ରତିବର୍ଷ ଏହି ଭାର ଯୋଗୁଁ ବିଭିନ୍ନ ସମୟରେ ବିବାଦ ଉପୁଜୁଥିବା ବେଳେ ଏହି ବିଷୟରେ ଶ୍ରୀମନ୍ଦିର ପ୍ରଶାସନ ପାଖରେ କୌଣସି ତଥ୍ୟ ନଥିବାରୁ ଏହାକୁ ବିଶ୍ଳେଷଣ କରାଯାଇ ଯାହାକିଛି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ|

Related Articles

Back to top button
WP Twitter Auto Publish Powered By : XYZScripts.com