ଅନ୍ୟାନ୍ୟ

କିଏ ପକାଇଲା ବୋରୱେଲରେ ଶିଶୁ

ପୁଣି ବୋରୱେଲ ଭିତରେ ଶିଶୁ । ଏଭଳି ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ରେଂଗାଲି ଅଂଚଳରୁ । ଘଟଣାନୁସାରେ ଲାରିପାଲି ସ୍ଥିତ ଶ୍ରୀରାମ ବୁଢ଼ା ଜଙ୍ଗଲରେ ଏକ ଶିଶୁର କାନ୍ଦ ଶୁଣିବାକୁ ମିଳିଥିଲା ।

ଖୋଜାଖୋଜି ପରେ ସ୍ଥାନୀୟ ଲୋକେ ଏକ ବୋଲେଓଲ ଭିତରେ ଶିଶୁଟି ପଡିଥିବା ଜାଣିବାକୁ ପାଇଥିଲେ । ଏନେଇ ପୁଲିସ ଓ ଅଗ୍ନିଶମବାହିନୀକୁ ସୂଚନା ଦେଇଥିଲେ ଲୋକେ। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଂଚି ଶିଶୁକୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛନ୍ତି । ଶିଶୁଟି ଫଶିଥିବା ବୋଲେଓଲର ସମାନ୍ତରାଳ ଭାବେ ଗାତ କରି ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି ।

ଆଉ ଅଳ୍ପ ସମୟ ମଧ୍ୟରେ ଉଦ୍ଧାରକାରୀ ଟିମ୍ ତା ପାଖରେ ପହଞ୍ଚିବେ । ସେପଟେ ଶିଶୁଟି ବୋରେଓଲ ଭିତରକୁ କେମିତି ଆସିଲା ତାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ କେହି ଜାଣିଶୁଣି ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି । ତେବେ ଶିଶୁଟି ଉଦ୍ଧାର ହେଲାପରେ ସତ ଜଣାପଡିବ ବୋଲି ପୋଲିସ ଆଶା ରଖିଛି । ଅନ୍ୟପଟେ ବାରମ୍ବାର ବୋରେଓଲ ମଧ୍ୟରେ ଶିଶୁ ପଡିବା ଘଟଣାକୁ ସହଜରେ ନେଇପାରୁନାହାନ୍ତି ଲୋକେ । ତେଣୁ ବୋରେଓଲ ଖୋଳିବା ଏବଂ ବନ୍ଦ କରିବା ପାଇଁ କଡା ଆଇନ ଆଣିବାକୁ ସାଧାରଣରେ ଦାବି ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com