ଅନ୍ୟାନ୍ୟ
ପ୍ରେମୀ ଯୁଗଳଙ୍କ ପ୍ରତିମୂର୍ତ୍ତିକୁ ବିବାହ କରାଇଲେ ପରିବାର
ଭୁବନେଶ୍ୱର, ୧୯/୦୧/୨୦୨୩ – ପ୍ରେମୀ ଯୁଗଳଙ୍କ ପ୍ରତିମୂର୍ତ୍ତିକୁ ବିବାହ କରାଇଲେ ପରିବାର ଲୋକେ । ଏଭଳି ଏକ ବିରଳ ଘଟଣା ଘଟିଛି ଗୁଜରାଟର ତାପି ଅଞ୍ଚଳରେ । ଘଟଣା ଅନୁଯାୟୀ ତାପି ଅଞ୍ଚଳର ଗଣେଶ ଓ ରଞ୍ଜନା ପରସ୍ପରକୁ ଭଲ ପାଉଥିଲେ ଏବଂ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଉଭୟଙ୍କ ପରିବାରର ଏଥିରେ ସମ୍ମତି ନ ଥିଲା ।
ଶେଷରେ ନିରାଶ ହୋଇ ଏହି ପ୍ରେମୀ ଯୁଗଳ ୨୦୨୨ ଅଗଷ୍ଟରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏହାପରେ ଦୁହିଁଙ୍କ ପରିବାର ନିଜର ଭୁଲ ବୁଝିପାରି ଗଣେଶ ଓ ରଞ୍ଜନାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ପାରମ୍ପରିକ ଭାବେ ମୂର୍ତ୍ତିଦ୍ୱୟର ବିବାହ କରାଇଛନ୍ତି ।