ଅନ୍ୟାନ୍ୟ

ମୋରେନା ବିମାନର ଦୁର୍ଘଟଣା: ୨ ପାଇଲଟ ସୁରକ୍ଷିତ ,ତୃତୀୟ ପାଇଲଟଙ୍କ ତଲାସ ଜାରି

ମୋରେନା : ମଧ୍ୟପ୍ରଦେଶର ମୋରେନାରେ ଦୁର୍ଘଟଣାଗ୍ରସ୍ତ ଦୁଇ ବିମାନର ଦୁଇ ଜଣ ପାଇଲଟ ସୁରକ୍ଷିତ ଅଛନ୍ତି । ଅନ୍ୟପକ୍ଷରେ ତୃତୀୟ ପାଇଲଟଙ୍କ ତଲାସ ଜାରି ରହିଛି ।

ବାୟୁସେନାର ସୁଖୋଇ-୩୦ ଓ ମିରାଜ-୨୦୦୦ ବିମାନ ଶନିବାର ସକାଳେ କ୍ରାସ୍ ହୋଇଥିଲା । କୁହାଯାଉଛି ଯେ, ଅଭ୍ୟାସ ସମୟରେ ଦୁଇ ବିମାନ ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ବିମାନର ପାଇଲଟ୍ ମାନେ ବାହାରି ଯାଇଥିଲେ। ସୁଖୋଇରେ ଦୁଇ ଜଣ ପାଇଲଟ୍ ଥିବା ବେଳେ ମିରାଜରେ ଜଣେ ପାଇଲଟ୍ ଥିଲେ । ସୁଖୋଇର ଦୁଇ ପାଇଲଟ୍ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ମିରାଜ୍ ପାଇଲଟଙ୍କ ତଲାସ ଜାରି ରହିଛି ।

ବାୟୁସେନା ହେଲିକପ୍ଟର ତୃତୀୟ ପାଇଲଟଙ୍କ ଲୋକେସନରେ ପହଞ୍ଚିଥିବା ସୂଚନା ମିଳୁଛି । ଗୋଟିଏ ଲଢୁଆ ବିମାନ ମୋରେନା ଜିଲ୍ଲାର ପହାଡଗଡର ବିକାଶଖଣ୍ଡରେ ପଡ଼ିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଆକାଶରେ ଥିବା ବେଳେ ବିମାନରେ ନିଆଁ ଲାଗିଯାଇଥିଲା ଓ ଏହା ତୀବ୍ର ବେଗରେ ତଳକୁ ଖସିଥିଲା । ପାଇଲଟ ବିମାନକୁ ଗାଁଠାରୁ ଦୂରକୁ ନେଇ କ୍ରାସ କରିଥିବା କାରଣରୁ ଅନେକ ଜୀବନ ବଞ୍ଚିଯାଇଛି । ବାୟୁସେନା ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆଦେଶ ଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com