କ୍ରୀଡ଼ା

କ୍ରିକେଟରୁ ଅବସର ନେଲେ ମୁରଲୀ ବିଜୟ

ଭୁବନେଶ୍ୱର, ୩୦ /୦୧/୨୦୨୩ –   ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି ଭାରତର ପୂର୍ବତନ ଓପନର୍ ବ୍ୟାଟ୍ସମ୍ୟାନ୍ ମୁରଲୀ ବିଜୟ । ବିଜୟ ଟ୍ୱିଟ ଯୋଗେ ସୋମବାର ନିଜର ଅବସର ସମ୍ପର୍କରେ ସୂଚନା ଦେଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବା ପାଇଁ ଏହା ଉପଯୁକ୍ତ ସମୟ ବୋଲି ବିଜୟ କହିଛନ୍ତି ।

ଟ୍ୱିଟରେ ସେ ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇବା ସହ ନିଜର ଏହି  ଯେ, ଆଜି ମୁଁ କ୍ରିକେଟରୁ ଅବସର ଗ୍ରହଣ କରୁଛି ବୋଲି ପୋଷ୍ଟରେ ଲେଖିଛନ୍ତି । ୨୦୦୨ରୁ ୨୦୧୮ ଯାଏ ସବୁଠାରୁ ସର୍ବଶ୍ରେଷ୍ଠ ବର୍ଷ ରହିବ । ଏହି ସମୟ ମଧ୍ୟରେ ଭାରତ ପାଇଁ ଖେଳିବାକୁ ସୁଯୋଗ ମିଳିଥିଲା । ମୁଁ ଏଥିପାଇଁ BCCI, ତାମିଲନାଡୁ କ୍ରିକେଟ ଆସୋସିଏସନ, ଚେନ୍ନାଇ ସୁପର କିଙ୍ଗସକୁ ଧନ୍ୟବାଦ ଜଣାଉଛି ।

ଭାରତ ପାଇଁ ସେ ୨୦୦୮ ମସିହାରେ ପଦାର୍ପଣ କରିଥିଲେ । ୨୦୧୮ ମସିହାରେ ଶେଷ ଥର ପାଇଁ ସେ ଟେଷ୍ଟ ମ୍ୟାଚ ଖେଳିଥିଲେ । ଭାରତ ପାଇଁ ୬୧ଟି ଟେଷ୍ଟ ଖେଳି ୧୨ଟି ଶତକ ଓ ୧୫ଟି ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୩୮.୨୮ ହାରରେ ମୋଟ ୩୯୮୨ ରନ କରିଛନ୍ତି । ଏହାଛଡ଼ା ୧୭ ଟି ଦିନିକିଆରୁ ଗୋଟିଏ ଅର୍ଦ୍ଧଶତକ ସହିତ ୩୩୯ ରନ ଏବଂ ୯ ଟି T-20 ମ୍ୟାଚରୁ ୧୬୯ ରନ ସଂଗ୍ରହ କରିଛନ୍ତି । ଏହାଛଡ଼ା IPLରେ ସେ ୧୦୬ଟି ମ୍ୟାଚ୍‌ ଖେଳି ଦୁଇଟି ଶତକ ସହ ମୋଟ ୨୬୧୯ ରନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com