ଅନ୍ୟାନ୍ୟ
ଅବଦୁର ରହେମାନକୁ ଜେଲ୍ ଦଣ୍ଡ

ଭୁବନେଶ୍ୱର,୧୪/୦୨/୨୦୨୩ – ଅବଦୁର ରହେମାନକୁ କାରାଦଣ୍ଡ । ଅଲ୍ କଏଦା ସଙ୍ଗଠନ ସମ୍ପୃକ୍ତି ଅଭିଯୋଗରେ ମଙ୍ଗଳବାର ତାକୁ ଦଣ୍ଡାଦେଶ ଶୁଣାଯାଇଛି । ରହେମାନକୁ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନା ଧାର୍ଯ୍ୟ କରାଯାଇଛି । ଏହା ସହିତ ରହେମାନର ଆଉ ତିନି ଜଣ ସାଥୀ ମହମ୍ମଦ ଆସିଫ, ଜାଫର ମାସୁଦ ଏବଂ ଅବଦୁଲ ସାମିଙ୍କୁ ସମାନ ଦଣ୍ଡ ମିଳିଛି । ପ୍ରମାଣ ଅଭାବରୁ ଅନ୍ୟ ଦୁଇ ଜଣ ଖସି ଯାଇଛନ୍ତିି । ୧୦ ହଜାର ଟଙ୍କା ଲେଖାଏଁ ପର୍ସନାଲ ବଣ୍ଡରେ ଖଲାସ କରିଛି କୋର୍ଟ ।