![](https://i0.wp.com/odia.mobilenews24x7.com/wp-content/uploads/2023/03/Capture-3.jpg?resize=446%2C288&ssl=1)
ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ଲାଲୁଙ୍କ ପରିବାରକୁ ବଡ ଆଶ୍ୱସ୍ତି । ସମସ୍ତ ବ୍ୟକ୍ତିଙ୍କୁ ମିଳିଲା ଜାମିନ୍ । ଆଉ ଏଥିପାଇଁ ୫୦ ହଜାର ଟଙ୍କାର ବେଲ୍ ବଣ୍ଡ ଭରିବାକୁ ପଡିବ । ରାଜଧାନୀ ଦିଲ୍ଲୀ ସ୍ଥିତ ରାଉଜ ରେଭେନ୍ୟୁ କୋର୍ଟରେ ହାଜର ହେଇଥିଲେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ଯାଦବ । ହୁଇଲ୍ ଚେୟାରରେ ବସି କୋର୍ଟ ପରିସରରେ ପହଞ୍ଚିଥିଲେ ।
ଲାଲୁଙ୍କ ସହ ତାଙ୍କ ପତ୍ନୀ ରାବ୍ଡୀ ଦେବୀ ଓ ଝିଅ ମିସା ଭାରତୀ ମଧ୍ୟ କୋର୍ଟ ପରିସରରେ ପହଞ୍ଚିଥିଲେ । ସିବିଆଇର ଚାର୍ଜସିଟ୍ ଆଧାର କରି କୋର୍ଟ ଏହି ମାମଲା ସହ ସଶ୍ଲିଷ୍ଟ ସମସ୍ତ ୧୬ ଜଣଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାର ପରବର୍ତୀ ଶୁଣାଣି ମାର୍ଚ୍ଚ ୨୯ ରେ କରାଯିବ ।