ଅନ୍ୟାନ୍ୟ
ଆଜେକ୍ସଙ୍କୁ ଏକ୍ସପୋଜ୍ କରିବାପାଇଁ ୩ ଯୁବତୀ କରିଥିଲେ ହ୍ୱାଟ୍ସଆପ୍ ଗ୍ରୁପ୍

ଭୁବନେଶ୍ୱର, ୨୪/୦୩/୨୦୨୩ – ଦିନ ପରେ ଦିନ ବିତିବା ସହିତ DJ ଆଜେକ୍ସଙ୍କ ମୃତ୍ୟୁକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଜେକ୍ସଙ୍କୁ ଏକ୍ସପୋଜ୍ କରିବାପାଇଁ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ତିଆରି ହୋଇଥିବା ଜଣାପଡ଼ିଛି । ୩ ଜଣ ଯୁବତୀ ଏହି ହ୍ୱାଟ୍ସଆପ୍ ଗ୍ରୁପ୍ କରିଥିବା କୁହାଯାଉଛି । ଏହି ତିନି ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଆଜେକ୍ସ ।
ହ୍ୱାଟ୍ସଆପ୍ ଗ୍ରୁପ୍ କରି ୩ ଜଣ ଆଜେକ୍ସଙ୍କ ସଂପର୍କରେ କଥା ହେଉଥିଲେ । ଆଜେକ୍ସଙ୍କ ମୁଖା ଖୋଲିବାକୁ ଏମାନେ ଏକାଠି ହୋଇଥିବା କୁହାଯାଉଛି । ସାଇବର ଏକ୍ସପର୍ଟଙ୍କ ଯାଞ୍ଚ ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି । ଏବେ ଅନ୍ୟ ଦୁଇ ଜଣ ଯୁବତୀଙ୍କୁ ଖାରବେଳନଗର ଥାନା ପୋଲିସ ପଚରାଉଚରା କରିପାରେ ।
ସେପଟେ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଜେକ୍ସଙ୍କ ମାଆ । ଯୁବତୀଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ନ୍ୟାୟ ନମିଳିଲେ ସେ ନିଜେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ।