ଅନ୍ୟାନ୍ୟ
୧୪ ବିରୋଧୀ ଦଳ ଗଲେ ସୁପ୍ରିମକୋର୍ଟ
![](https://i0.wp.com/odia.mobilenews24x7.com/wp-content/uploads/2022/08/1616066711_supreme-court-4.jpg?resize=780%2C470&ssl=1)
ନୂଆଦିଲ୍ଲୀ, ୨୪/୦୩/୨୦୨୩ – ED, CBIର ଅପବ୍ୟବହାରକୁ ନେଇ ସୁପ୍ରିମକୋର୍ଟରେ ପିଟିସନ । କଂଗ୍ରେସ ସମେତ ୧୪ ବିରୋଧୀ ଦଳ ପକ୍ଷରୁ ଏହି ପିଟିସନ ଦାଏର ହୋଇଛି । କେନ୍ଦ୍ର ସରକାର ବିରୋଧୀଙ୍କୁ ଚୁପ୍ କରିବାପାଇଁ ବିଭିନ୍ନ ମାମଲାରେ ED, CBIକୁ ଅସ୍ତ୍ର ଭଳି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି ।
ତେଣୁ କେନ୍ଦ୍ରୀୟ ଏଜେନ୍ସିର ବ୍ୟବହାରକୁ ନେଇ ସୁପ୍ରିମକୋର୍ଟ ସ୍ବତନ୍ତ୍ର ଗାଇଡଲାଇନ ଆଣିବାକୁ ପିଟିସନରେ ଅପିଲ କରିଛନ୍ତି ବିରୋଧୀ । ସୁପ୍ରିମକୋର୍ଟ ମଧ୍ୟ ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି । ଏପ୍ରିଲ ୫ ତାରିଖରେ ଏହାର ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି । ବିରୋଧୀ ଦଳଙ୍କ ପକ୍ଷରୁ ବରିଷ୍ଠ ଓକଲି ଅଭିଷେକ ମନୁ ସିଂଘବୀ ମାମଲାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ସାମ୍ନାରେ ରଖିଛନ୍ତି ।