ଅନ୍ୟାନ୍ୟ

ନକଲି ଔଷଧର ହବ୍ ବରଗଡ଼

ବରଗଡ, ୨୮/ ୦୪/ ୨୦୨୩ –   ନକଲି ଔଷଧ କାରବାର ରୋକିବାକୁ ସାରା ରାଜ୍ୟରେ ଧରପଗଡ ଜାରି ରହିଛି । ଏନେଇ ଗଠିତ ହୋଇଥିବା STF ଟିମ ବିଭିନ୍ନ ଚଢାଉ କରୁଛି । ତେବେ ଗତ ଜାନୁଆରୀ ୧୯ରେ ବରଗଡ ଓ ଝାରସୁଗୁଡା ଜିଲ୍ଲାର ୨ ଔଷଧ ବ୍ୟବସାୟୀଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ବରଗଡର ବ୍ୟବସାୟୀ ସୁନୀଲ ଅଗ୍ରୱାଲକୁ ପୋଲିସ ଗିରଫ କରିଥିବାବେଳେ ଝାରସୁଗୁଡାର ବ୍ୟବସାୟୀ ଅମିତ ଷଡଙ୍ଗୀ ଫେରାର ହୋଇଯାଇଥିଲା ।

ତେବେ STF ର ଖୋଳତାଡ ପରେ ଏହି ର‌୍ୟାକେଟର ଚେର ବରଗଡରୁ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଛି ବୋଲି ଜଣାପଡିଥିଲା । ପରେ ସେଠାକାର STF ସହାୟତାରେ ବାରଣାସୀର M/s ବେବି ଇଣ୍ଟରପ୍ରାଇଜେସ ,M/s ଜେପି ମେଡିକାଲସ୍ ଓ M/s ଗୁରୁକୃପା ମେଡିକାଲସ ଉକ୍ତ ନକଲି ଔଷଧ ଓଡିଶାକୁ ସପ୍ଲାଇ କରିଛନ୍ତି ବୋଲି ଜାଣିବାକୁ ପାଇଥିଲା ।

ଏହି ଘଟଣାରେ ମୁଖ୍ୟ ଆସାମୀ ଚନ୍ଦ୍ର ଶେଖର ସିଂ, ଗୌରବ ଶର୍ମା, ରିତେଶ କୁମାର ଜୈଶ୍ୱାଲ ,ସୁଭମ ଜୈଶ୍ୱାଲ ଓ ଅଭିଷେକ ସିଂ ନାମକ ୫ ଜଣଙ୍କୁ STF  ଗିରଫ କରି ବାରଣାସୀ କୋର୍ଟକୁ ଚାଲାଣ କରିଥିଲା । ପରେ କୋର୍ଟରୁ ବରଗଡ଼ ଟାଉନ ପୋଲିସ ଉକ୍ତ ୫ ଜଣଙ୍କୁ ଅଧିକ ତଦନ୍ତ ପାଇଁ ପୋଲିସ ରିମାଣ୍ଡରେ ଆଣିଥିବା ବରଗଡ ଏସ.ଡି.ପି.ଓ ସୂଚନା ଦେଇଛନ୍ତି । ତେବେ ସେମାନଙ୍କ ଠାରୁ ୨୫ ଲକ୍ଷ ଟଙ୍କାର ନକଲି ଔଷଧ, କମ୍ପ୍ୟୁଟର , କମ୍ପ୍ୟୁଟର ହାର୍ଡଡିସ୍କ ଏବଂ କୋଟି କୋଟି ଟଙ୍କାର ନକଲି ଔଷଧ କାରବାର ସମ୍ପର୍କୀତ କାଗଜ ପତ୍ର STF ଜବତ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com