![](https://i0.wp.com/odia.mobilenews24x7.com/wp-content/uploads/2023/04/98951550.webp?resize=780%2C470&ssl=1)
ମାନହାନୀ ମାମଲାରେ ୨ ବର୍ଷର ଦଣ୍ଡାଦେଶ ବିରୋଧରେ ଉପର କୋର୍ଟରେ ରାହୁଲ ଆଜିି ଅପିଲ କରିପାରନ୍ତି । ମାଜିଷ୍ଟ୍ରେଟ୍ କୋର୍ଟ ରାହୁଲଙ୍କୁ ଦଣ୍ଡାଦେଶ ଦେବା ସହ ଉପର କୋର୍ଟରେ ଅପିଲ କରିବା ପାଇଁ ୩୦ ଦିନର ମହଲତ ଦେଇଥିଲେ ଏବଂ ଜାମିନ ପ୍ରଦାନ କରିଥିଲେ । ଦଣ୍ଡାଦେଶ ପାଇବା ପରଦିନ ଲୋକସଭା ସଚିବାଳୟ ପକ୍ଷରୁ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ କରାଯାଇଥିଲା । ଏପରି ତ୍ବରିତ କାର୍ଯ୍ୟାନୁଷ୍ଠାନକୁ ବିରୋଧୀ ଦଳଗୁଡ଼ିକ ବୁଲେଟ୍ ଟ୍ରେନ୍ ସହ ତୁଳନା କରିଥିଲେ । ଯଦି ଉପର କୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ନ କରନ୍ତି, ତେବେ ନିର୍ବାଚନ କମିସନ ୱାୟନାଡ଼ ଲୋକସଭା ଆସନ ପାଇଁ ସ୍ବତନ୍ତ୍ର ଉପନିର୍ବାଚନ ଘୋଷଣା କରିବେ। ରାହୁଲଙ୍କୁ ମଧ୍ୟ ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାକୁ ଅନୁମତି ମିଳିବ ନାହିଁ ।