ବିଜ୍ଞାନ ଓ ପ୍ରଯୁକ୍ତି
ଓଡ଼ିଶାରେ ଖୋଲିବ ୪୫୦ଟି ନୂଆ ଡାକଘର
![](https://i0.wp.com/odia.mobilenews24x7.com/wp-content/uploads/2022/10/Post-Offices.webp?resize=780%2C470&ssl=1)
ଭୁବନେଶ୍ୱର, ୧୬/୦୫/୨୦୨୩ – ଓଡ଼ିଶାରେ ଖୋଲିବ ୪୫୦ଟି ନୂଆ ଡାକଘର । ଏ ନେଇ ମୁଖ୍ୟ ମହା ଡାକପାଳ ଶୁଭେନ୍ଦୁ ସ୍ୱାଇଁ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଓଡିଶାରେ ୮୩୨୦ରୁ ଅଧିକ ପୋଷ୍ଟ ଅଫିସ ରହିଛି । ଏବେ ଏହାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ରାଜ୍ୟରେ ୪୫୦ଟି ନୂଆ ଡାକଘର ଖୋଲିବା ଦ୍ୱାରା ଓଡିଶାବାସୀଙ୍କୁ ନୂଆ ନିଯୁକ୍ତିର ଏକ ବଡ ସୁଯୋଗ ମଧ୍ୟ ମିଳିପାରିବ । ବର୍ତ୍ତମାନ ଭାରତୀୟ ଡାକ ସେବା ତରଫରୁ ଦେଶରେ ମୋଟ ୧, ୫୫, ୩୩୩ଟି ଡାକଘର ରହିଛି ।