ବିଜ୍ଞାନ ଓ ପ୍ରଯୁକ୍ତି

ପ୍ରତ୍ୟେକ ପଞ୍ଚାୟତରେ ଖୋଲିବ ‘ମୋ ସେବା କେନ୍ଦ୍ର’

ଭୁବନେଶ୍ୱର, ୧୧/୦୪/୨୦୨୩ –  ସାଧାରଣ ଲୋକ ଯେପରି ଗୋଟିଏ ସ୍ଥାନରେ ଏକାଧିକ ସେବା ପାଇ ପାରିବେ ସେନେଇ ସରକାର ଯତ୍ନବାନ ହୋଇଛନ୍ତି । ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ ଅଫିସରେ ‘ମୋ ସେବା କେନ୍ଦ୍ର’ ଖୋଲିବ । ଯେଉଁ ପଞ୍ଚାୟମାନଙ୍କରେ ଏହି କେନ୍ଦ୍ର ନାହିଁ ସେଠାରେ ନୂଆ ‘ମୋ ସେବା କେନ୍ଦ୍ର’ ଖୋଲାଯିବ ।

ଏହି କେନ୍ଦ୍ରରେ ରାସନ କାର୍ଡ ସେବା, ଭୋଟର ପରିଚୟ ପତ୍ର ଆବେଦନ, ଆଧାର କାର୍ଡ ଆବେଦନ, କୃଷି ସେବା, ବିବାହ ରେଜିଷ୍ଟ୍ରେସନ, ସରକାରୀ ଚାକିରି ଆବେଦନ, ପେନସନ ସେବା, ବ୍ୟାଙ୍କିଂ ସେବା, ଡିଜିଟାଲ ସାଇନ, GST  ଗାଡ଼ି ଟିକସ, ଗାଡ଼ି ମାଲିକାନା ପରିବର୍ତ୍ତନ, ଡ୍ରାଇଭିଂ ଲାଇସେନ୍ସ ଆବେଦନ, ବିଲ୍ ପେମେଣ୍ଟ, ରିଚାର୍ଜ, ପାନ କାର୍ଡ ଆବେଦନ ଭଳି ସେବା ମିଳିପାରିବ ।

ରାଜ୍ୟରେ ଏବେ ୬୫୦୦ ମୋ ସେବା କେନ୍ଦ୍ର କାର୍ଯ୍ୟକ୍ଷମ ହେଉଛି । ସରକାରୀ ସ୍ତରରେ ଏନେଇ ନିଷ୍ପତ୍ତି ନିଆଯିବା ସହିତ ପ୍ରତି ପଞ୍ଚାୟତ ଅଫିସକୁ ସର୍ଭିସ୍ ଡେଲିଭରି ହବରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ବୈଦ୍ୟୁତିକ ଓ ଆଇଟି ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com