Featuredଅନ୍ତର୍ଜାତୀୟଜୀବନଶୈଳୀମନୋରଞ୍ଜନ

ବାଂଲାଦେଶର ସବୁଠୁ ଚର୍ଚ୍ଚିତ ଚେହେରା ଆଲମ, ତାଙ୍କ ବିଷୟରେ ଜାଣନ୍ତୁ…

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଭାଇରାଲ ଷ୍ଟାର ହିରୋ ଆଲମଙ୍କୁ କିଏ ବା ନଜାଣେ । ଆଲମ ହେଉଛନ୍ତି ବାଂଲାଦେଶର ସବୁଠୁ ଚର୍ଚ୍ଚିତ ଚେହେରା । କାରଣ ସେ କୌଣସି ନା କୌଣସି ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଖାଲି ଏତିକି ନୁହେଁ ବିବାଦୀୟ ବାଂଲାଦେଶୀ ଆଲମ ଗୀତଗାଇ ତଥା ନିଆରା ଅଭିନୟ ମାଧ୍ୟମରେ ଲୋକଙ୍କୁ ଚକିତ କରିଦିଅନ୍ତି । ସେହିପରି ବ୍ୟଙ୍ଗ ଚରିତ୍ର, ବିଚିତ୍ର ଆକ୍ଟିଂ ଓ ବିବାଦୀୟ ମନ୍ତବ୍ୟ ଯୋଗୁଁ ଆଲମ ସର୍ବଦା ଲାଇମ୍ ଲାଇଟ୍‌ରେ ଥାଆନ୍ତି । ତାଙ୍କର ଭିଡିଓ ୟୁଟ୍ୟୁବ ସମେତ ସୋସିଆଲ ମିଡିଆର ଅନ୍ୟ ପ୍ଲାଟଫର୍ମରେ ମଧ୍ୟ ଭାଇରାଲ ହୋଇଥାଏ। ଏପରିକି ଭାଇରାଲ ଭିଡିଓରେ ଅନେକ ସୁନ୍ଦର ସୁନ୍ଦର ମଡେଲ ନଜରକୁ ଆସିଥାନ୍ତି । ତେବେ ଆଲମଙ୍କ ସହ ଏହି ସୁନ୍ଦର ମଡେଲ ମାନେ କାମ କରିବା ଦେଖି ଯିଏ କେହି ବି ଆଶ୍ଚର୍ଯ୍ୟ ହେବାଟା ସ୍ୱଭାବିକ କଥା । କାରଣ ଆଲମ ଦେଖିବାକୁ ଅସୁନ୍ଦର ଆଉ ଉଚ୍ଚତା ମଧ୍ୟ କମ ଅଛି । ଖାଲି ଏତିକି ନୁହେଁ ଆକ୍ଟିଙ୍ଗରେ ଜିରୋ ଥିବା ସତ୍ୱେ ଆଲମ ୟୁଟ୍ୟୁବ ସମେତ ଅନ୍ୟ ପ୍ଲାଟଫର୍ମରେ ବେଶ ପପୁଲାର୍ ଅଛନ୍ତି ।

ଅନେକ ଲୋକ ଭାବନ୍ତି ଆଲମଙ୍କ ପାଖରେ ଅଧିକ ଟଙ୍କା ଆଛି । ଆଉ ସେ ଟଙ୍କା ଖର୍ଚ୍ଚ କରି ସୁନ୍ଦର ସୁନ୍ଦର ମଡେଲଙ୍କ ସହ କାମ କରୁଛନ୍ତି । ହେଲେ ଏଠି ଆମେ ଆପଣଙ୍କୁ ଗୋଟେ କଥା କହି ରଖିବାକୁ ଚାହୁଁଛୁ । ପିଲାବେଳୁ ଆଲମଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା । ତାଙ୍କ ବାପା ଚଣା ବିକ୍ରି କରୁଥିଲେ । ଯେତେବେଳେ ଆଲମଙ୍କୁ ୧୦ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ମା’ ତାଙ୍କୁ ଏବଂ ତାଙ୍କ ବାପାଙ୍କୁ ଛାଡି ଦ୍ୱିତୀୟ ବିବାହ କରିଥିଲେ । ଗରିବ ହୋଇଥିବାରୁ ସେ ମଧ୍ୟ ତାଙ୍କ ବାପାଙ୍କ କାମ ଅର୍ଥାତ୍ ଚଣା ବିକିବା ଆରମ୍ଭ କରିଦେଇଥିଲେ । ପାଠ ଭଲ ହେଉନଥିବାରୁ ସେ ୭ମ ଶ୍ରେଣୀରେ ଫେଲ ହୋଇଯାଇଥଲେ ଓ ପାଠପଢା ଛାଡିଦେଇଥିଲେ । ପଢା ଛାଡିବା ପରେ ଆଲମ ସିଡି ଏବଂ କ୍ୟାସେଟର ଏକ ଦୋକାନ ଖୋଲିଥିଲେ । ହେଲେ ସେ ଦୋକାନ ମଧ୍ୟ ଚାଲିଲାନି । ନିଜ ଖର୍ଚ୍ଚ ଉଠେଇବା ପାଇଁ ସେ କେବଳ ନେଟୱର୍କିଂ ବିଜନେସ କରିବାକୁ ଲାଗିଲେ । ଗୋଟେଦିନ ସେ ସିଡି କଭରରେ ଜଣେ ମଡେଲଙ୍କ ଫଟୋ ଦେଖି ମଡେଲ ହେବାକୁ ଇଚ୍ଛା କଲେ । କିନ୍ତୁ ଲୋକମାନେ ତାଙ୍କୁ ମନା କରିଥିଲେ । କାରଣ ସେ ଦେଖିବାକୁ ସୁନ୍ଦର ନଥିଲେ। ହେଲେ ସେ କାହାରି କଥା ଖାତିର କରିନଥିଲେ । ମଡେଲ ବନିବା ପାଇଁ ଏକ ପ୍ରକାରର ଜିଦ ଧରି ବସିଥିଲେ ।

କୁହାଯାଏ ଯେ ମଣିଷର ହାର ଏବଂ ଜିତ ତାର ଚିନ୍ତାଧାରା ଉପରେ ନିର୍ଭର କରିଥାଏ । ସେହିପରି ସେ ନିଜର ରଙ୍ଗ ଓ ଚେହେରାକୁ ଗୁରୁତ୍ୱ ନଦେଇ ମଡେଲ ହେବା ପାଇଁ କଠିନ ପରିଶ୍ରମ କରିଚାଲିଲେ । ୨୦୦୮ରେ ସେ ଏକ ଭିଡିଓ ଶୁଟ କରିଥିଲେ । ସେହି ଭିଡିଓକୁ ନିଜର ଲୋକାଲ କେବୁଲ ନେଟୱର୍କରେ ପକେଇଥିଲେ । ପରେ କେହି ଜଣେ ତାଙ୍କ ଭିଡିଓକୁ ୟୁଟ୍ୟୁବରେ ଅପଲୋଡ କରିଦେଇଥିଲେ । ସମୟ ସହ ସେହି ଭିଡିଓ ଧୀରେଧୀରେ ଭାଇରାଲ ହେବାକୁ ଲାଗିଲା । ଯଦିଓ ତାଙ୍କ ଆକ୍ଟିଂ ଏତେବି ଭଲ ନୁହେଁ, ହେଲେ ଆଲମଙ୍କ ଠାରୁ ଅନେକ କିଛି ଶିଖିବାର ଅଛି । ଯଦି ଜୀବନରେ କିଛି କରିବାକୁ ଚାହୁଁଛ ତାହେଲେ ନିଜର ଦୃଢ ଇଛାଶକ୍ତି ଆଗରେ କିଛି ବି ଅସମ୍ଭବ ନୁହେଁ… ବାସ୍ ଏତିକି ଶିକ୍ଷା ଦିଏ ଆଲମଙ୍କ ଜୀବନ ସଂଘର୍ଷର କାହାଣୀ ।

Related Articles

Back to top button
WP Twitter Auto Publish Powered By : XYZScripts.com