Breaking NewsFeaturedରାଜନୀତି

ସିନ୍ଦିଆ/ କଂଗ୍ରେସ ଛାଡ଼ିଥିଲେ ବିଜେପି ପଚାରୁନି

ଦିନେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ଜ୍ୟୋତିରାଦିତ୍ୟ ସିନ୍ଦିଆ । ନିଜର ସମର୍ଥକଙ୍କ ସହ କଂଗ୍ରେସରୁ ଯାଇ ବିଜେପିରେ ଯୋଗଦେଇଥିଲେ । ଆଉ ଏବେ ସେ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ହେଲେ ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାବେଳେ ମଧ୍ୟପ୍ରଦେଶକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଇଲେକ୍ସନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ମଧ୍ୟରେ ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି । କାରଣ ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କୁ ବିଜେପି ପକ୍ଷରୁ ଲାଗିଛି ବଡ଼ ଝଟକା । ସିନ୍ଦିଆଙ୍କ ସହ ବିଜେପିକୁ ଯାଇଥିବା କଂଗ୍ରେସ ନେତା ମାନଙ୍କୁ ଏବେ ବିଜେପି ପକ୍ଷରୁ ଅଣଦେଖା କରାଯାଉଥିବା କୁହାଯାଉଛି । ଯାହାର ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେପି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ପ୍ରଥମ ପର୍ଯ୍ୟାୟରେ ବିଜେପି ୩୯ ଟି ସିଟର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିନ୍ଦିଆଙ୍କ ଗୋଷ୍ଠୀର ନେତାଙ୍କୁ ଗୋଟିଏ ବି ଟିକେଟ ମିଳିନାହିଁ । ଭିଣ୍ଡି ଜିଲ୍ଲାର ଗୋହଦ ବିଧାନସଭା ସିଟରେ ସିନ୍ଦିଆଙ୍କ ସହ ବିଜେପିକୁ ଯାଇଥିବା ରଣବୀର ଜାଟବଙ୍କୁ ଦଳ ଟିକେଟ ଦେଇନଥିବା ବେଳେ ସେହି ଆସନରୁ ପୂର୍ବତନ ମନ୍ତ୍ରୀ ଲାଲସିଂ ଆର୍ଯ୍ୟଙ୍କୁ ଟିକେଟ ଦେଇଛି ଦଳ ।
ତେବେ ୨୦୧୮ରେ ନିର୍ବାଚନ ଜିତି କଂଗ୍ରେସ ସେଠାରେ ସରକାର ଗଢିଥିଲା । ହେଲେ ନିଜ ଦଳର ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କ ବିଦ୍ରୋଦ ଯୋଗୁଁ ସରକାର ଭାଙ୍ଗି ଯାଇଥିଲା । ଏହାପରେ ସିନ୍ଦିଆ ନିଜ ସମର୍ଥକଙ୍କ ସହ ବିଜେପିରେ ମିଶିଥିଲେ । ଆଉ ଏବେ ସିନ୍ଦିଆଙ୍କ ସହ ବିଜେପିରେ ଯେଗ ଦେଇଥିବା ନେତା ମାନଙ୍କୁ ବିଜେପି ଅଣଦେଖା କରୁଛି ବୋଲି ସବୁଠି ଚର୍ଚ୍ଚା ଜୋର ଧରିଛି । ଦେଖାଯାଉ ଆଗକୁ ସିନ୍ଦିଆ କିଭଳି ପଦକ୍ଷେପ ନେଉଛନ୍ତି ଏବଂ ମଧ୍ୟପ୍ରଦେଶରେ କାହା ପଲା ଭାରିରେ ରହୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com