କ୍ରୀଡ଼ା

ଟିମ ଇଣ୍ଡିଆର ଜର୍ସିର ରଙ୍ଗକୁ ନେଇ ପ୍ରଶ୍ନ ଉଠାଇଲେ ମମତା । ଜବାବ ଦେଲା ବିଜେପି ।

କ୍ରିକେଟରେ ଲାଗିଲା ରାଜନୀତିର ରଙ୍ଗ । ଟିମ ଇଣ୍ଡିଆର ଜର୍ସିର ରଙ୍ଗକୁ ନେଇ ବିବାଦ । ଭାରତୀୟ କ୍ରିକେଟ ଟିମର ପ୍ରାକ୍ଟିସ ଜର୍ସିକୁ ନେଇ ରାଜନୀତି ଜୋର । ଜର୍ସିର ରଙ୍ଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏନେଇ ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ଦିଦି ।

ସବୁକିଛି ଗେରୁଆ ରଙ୍ଗରେ ରଙ୍ଗେଇ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଦିଦି କହିଛନ୍ତି କି ଦେଶର ସବୁଠୁ ଲୋକପ୍ରିୟ ଖେଳକୁ ଗେରୁଆ ରଙ୍ଗରେ ରଙ୍ଗେଇବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର । ଆମ ଭାରତୀୟ ଖେଳାଳିଙ୍କ ପାଇଁ ମୁଁ ଗର୍ବିତ ଏବଂ ମୁଁ ନିଶ୍ଚିତ ଯେ ସେମାନେ ବିଶ୍ୱକପ୍ରେ ବିଜୟୀ ହେବେ। କିନ୍ତୁ ବିଜେପି ସେଠାରେ ମଧ୍ୟ ମୁଣ୍ଡ ପୂରାଇଛି। ଏବେ ଖେଳାଳିମାନେ ମ୍ୟାଚ୍ ପ୍ରାକ୍ଟିସ୍ ବେଳେ ନୀଳ ରଙ୍ଗ ବଦଳରେ ଗେରୁଆ ରଙ୍ଗର ଜର୍ସି ପିନ୍ଧୁଛନ୍ତି।

ବାଇଟ-
ସେପଟେ ମମତାଙ୍କ ଏଭଳି ଟାର୍ଗେଟ୍ର ଜବାବ ଦେଇଛି ବିଜେପି ନେତା ଦୀଲିପ ଘୋଷ । ସେ କହିଛନ୍ତି, ନେଦରଲ୍ୟାଣ୍ଡ କ୍ରିକେଟରମାନେ ମଧ୍ୟ ଗେରୁଆ ରଙ୍ଗର ଜର୍ସି ପିନ୍ଧନ୍ତି, ତା’ ହେଲେ କ’ଣ ଏହା ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ ହୋଇଛି କି? ଯଦି ଭାରତୀୟ ଟିମ୍ର ଜର୍ସି ଗେରୁଆ ରଙ୍ଗ ହୋଇଯାଏ ତେବେ ଟିଏମସିର ଲୋକମାନେ କଣ କରିବେ – ସେମାନେ ଗ୍ୟାଲେରୀରୁ ଡେଇଁ ପଡ଼ିବେ ନା ଗଙ୍ଗାକୁ ଡେଇଁବେ, ସେମାନଙ୍କର କିଛି କରିବାର ନାହିଁ। ଲୋକମାନେ ଭାରତକୁ ଗେରୁଆ ରୂପେ ମଧ୍ୟ ଜାଣନ୍ତି।

ଏଠାରେ କହିରଖୁଛୁ ଯେ, ଆଇସିସି ଓ୍ୱାର୍ଲ୍ଡ କପ୍ର ପ୍ରାକ୍ଟିସ୍ ମ୍ୟାଚ୍ ବେଳେ ଭାରାତୀୟ ଟିମ୍ର ଖେଳାଳିମାନେ ଗେରୁଆ ରଙ୍ଗର ଜର୍ସି ପିନ୍ଧିଥିଲେ। ଏହାକୁ ନେଇ ଏବେ ରାଜନୀତି ଜୋର୍ ଧରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com