ଅନ୍ୟାନ୍ୟ
ମଣିପୁର ହିଂସା ପରେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା
ମଣିପୁର ହିଂସା ପରେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ନିରନ୍ତର ଚେଷ୍ଟା ଚଲାଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର। ମଣିପୁରର ସର୍ବ ପୁରାତନ ବିଦ୍ରୋହୀ ଗୋଷ୍ଠୀ ସ୍ଥାୟୀ ଶାନ୍ତି ଚୁକ୍ତି ପାଇଁ ରାଜି ହୋଇଛି।
ସରକାର ଏହି ଗୋଷ୍ଠୀ ସହ କିଛି ଦିନ ହେବ ଆଲୋଚନା ଚଳାଇଥିଲେ। ୟୁନାଇଟେଡ୍ ନ୍ୟାସନାଲ ଲିବରେସନ୍ ଫ୍ରଣ୍ଟ ଏକ ସ୍ଥାୟୀ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆ ଏକ୍ସ’ରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।