ଅନ୍ତର୍ଜାତୀୟ
ହମାସ ଆକ୍ରମଣରେ ନିହତ ହୋଇଥିବା ଯୁବକମାନଙ୍କର ପରିବାର ବର୍ଗ ସେମାନଙ୍କ ଶୁକ୍ରାଣୁ ସଂରକ୍ଷଣ

ହମାସ ଆକ୍ରମଣରେ ନିହତ ହୋଇଥିବା ଯୁବକମାନଙ୍କର ପରିବାର ବର୍ଗ ସେମାନଙ୍କ ଶୁକ୍ରାଣୁ ସଂରକ୍ଷଣ କରୁଛନ୍ତି। ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନେ ଏହା ଦ୍ୱାରା ଏକ ନୂତନ ଆଶାର କିରଣ ଦେଖୁଛନ୍ତି।
ଏହି କାରଣରୁ ଇସ୍ରାଏଲରେ ଲୋକମାନେ ନିଜ ନିଜ ପରିବାର ବଢ଼ାଇବାର ଏହି ବିକଳ୍ପ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଅକ୍ଟୋବର ୭ ହମାସ ଆକ୍ରମଣରେ ଯେଉଁମାନେ ପ୍ରିୟଜନଙ୍କୁ ହରାଇଥିଲେ ସେମାନଙ୍କୁ ସାନ୍ତ୍ୱନା ଦେବା ଏବଂ ବୁଝାଇବା ଦାୟିତ୍ୱ ଇସ୍ରାଏଲର ପ୍ରଫେସର ଶିର ଡାଫନା ଟେକୋଙ୍କୁ ଦିଆଯାଇଥିଲା।