କ୍ରୀଡ଼ା
ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪କୁ ନେଇ ଜୋରଦାର ପ୍ରସ୍ତୁତ ଚାଲିଛି

ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪କୁ ନେଇ ଜୋରଦାର ପ୍ରସ୍ତୁତ ଚାଲିଛି। ଏହି ସିଜିନ୍ ପାଇଁ ନିଲାମ ୧୯ ଡିସେମ୍ବରରେ ଦୁବାଇରେ ଅନୁଷ୍ଠିତ ହେବ।
ତେବେ ଆଇପିଏଲ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଦଳ ଶ୍ରେୟସ ଆୟରଙ୍କୁ ପୁଣିଥରେ ଅଧିନାୟକ ଦାୟିତ୍ୱ ଦେଇଛି। ଆହତ କାରଣରୁ ଆୟର ଗତ ସିଜିନ୍ରେ ଖେଳିପାରିନଥିଲେ। ତାଙ୍କ ଅନୁପସ୍ଥିତିରେ ନୀତୀଶ ରାଣାଙ୍କୁ ଅଧିନାୟକ କରାଯାଇଥିଲା।




