![](https://i0.wp.com/odia.mobilenews24x7.com/wp-content/uploads/2023/12/STF-Commissionerate-Police-Cracking-Down-Drug-Menace-In-Odisha.jpeg?resize=750%2C430&ssl=1)
ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡ଼ରେ ସ୍ପେଶାଲ କ୍ରାଇମ ୟୁନିଟ । ନିଶା ବେପାରୀଙ୍କ ଉପରେ ଚଢ଼ାଉ କରିଛି କମିଶନରେଟ ପୋଲିସ । ଭୁବନେଶ୍ବର ସିଆରପି ଛକରୁ ୬୬୦ ଗ୍ରାମ ବ୍ରାଉନସୁଗର ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।
ଜବତ ବ୍ରାଉସୁଗାରର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଅତିରିକ୍ତ ଡିସିପି ସଞ୍ଜୀବ ଶତପଥୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି । ସିଆରପି ଫ୍ଲାଏ ଓଭର ନିକଟରେ ଏକ ପିକ ଅପ ବୋଲେରୋ ସାହାଯ୍ୟରେ ସେମାନେ ବ୍ରାଉନସୁଗାର ଚାଲାଣ କରୁଥିଲେ ।