ଓଡ଼ିଶା
ଦିଲ୍ଲୀରେ ପୁରସ୍କାର ଗ୍ରହଣ କରିଛନ୍ତି ମିନୁ

ଯାଜପୁର ଜିଲ୍ଲା କଳିଙ୍ଗନଗର ଅନ୍ତର୍ଗତ ଜିନ୍ଦଲ ଷ୍ଟେନଲେସର ପ୍ରଥମ ମହିଳା ଓଭରହେଡ କ୍ରେନ୍ ପରିଚାଳକ ମିନୁ ମହାନ୍ତଙ୍କୁ ଇଣ୍ଡିଆନ ଷ୍ଟିଲ ଆସୋସିଏସନ୍ ତରଫରୁ “ୱିଙ୍ଗସ ଅଫ୍ ଷ୍ଟିଲ” ସମ୍ମାନ ପ୍ରଦାନ କରାଯାଇଛି ।
“ଲିଙ୍ଗ ଏବଂ ବିବିଧତା” ବର୍ଗରେ ସେ ଏହି ପୁରସ୍କାର ପାଇଛନ୍ତି । ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢୁଥିବା ୪୩ ବର୍ଷୀୟ ମିନୁଙ୍କ କଠିନ ଅଧ୍ୟବସାୟ ଓ ଦୃଢ଼ ସଂକଳ୍ପକୁ ଇଣ୍ଡିଆନ ଷ୍ଟିଲ ଆସୋସିଏସନ୍ ପ୍ରଶଂସା କରିଛନ୍ତି । ଦିଲ୍ଲୀରେ ପୁରସ୍କାର ଗ୍ରହଣ କରିଛନ୍ତି ମିନୁ।