ଓଡ଼ିଶା

ରେଳ ଷ୍ଟେସନରେ ଯୁବକଙ୍କ ହାଇଡ୍ରାମା, ଟ୍ରେନ ଉପରେ ଚଢି ତଳକୁ ଡେଇଁବାକୁ ଧମକ

କଟକ:  କଟକ ରେଲୱେ ଷ୍ଟେସନରେ ଯୁବକଙ୍କ ହାଇ ଡ୍ରାମା । ମାଲବାହୀ ଟ୍ରେନ ଉପରେ ଚଢି ତଳକୁ ଡେଇଁବାକୁ ଧମକ ଦେଉଥିଲେ ଯୁବକ ।

ଖବର ଅନୁଯାୟୀ, ଗୁରୁବାର ଦିନ ସକାଳେ ଯୁବକ ଜଣଙ୍କ ଟ୍ରେନ ଉପରେ ଚଢି ଯାଇଥିଲେ । ଦୀର୍ଘ ସମୟ ଧରି ତଳକୁ ଡେଇଁବାକୁ ଧମକାଇଥିଲେ । ଘଟଣାସ୍ଥଳରେ ଆରପିଏଫ୍ ଏବଂ ଜିଆରପି ପହଞ୍ଚି ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ତେବେ ଯୁବକ ଜଣଙ୍କ ମାନସିକ ବିକାରଗ୍ରସ୍ତ ଥିବା ଆରପିଏଫ୍ ପକ୍ଷରୁ ସୂଚନା ମିଳିଛି । ସେ ସ୍ଥାନୀୟ ଅଞ୍ଚଳରେ ବୁଲାବୁଲି କରନ୍ତି ବୋଲି ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com