ଅନ୍ତର୍ଜାତୀୟ
ଗତ ବର୍ଷକରେ ବିଶ୍ବ ଜନସଂଖ୍ୟା ପ୍ରାୟ ୭.୫ କୋଟି ବୃଦ୍ଧି ପାଇଛି
![](https://i0.wp.com/odia.mobilenews24x7.com/wp-content/uploads/2024/01/1600x960_1150931-population.jpg?resize=780%2C470&ssl=1)
ଗତ ବର୍ଷକରେ ବିଶ୍ବ ଜନସଂଖ୍ୟା ପ୍ରାୟ ୭.୫ କୋଟି ବୃଦ୍ଧି ପାଇଛି। ପ୍ରତି ସେକେଣ୍ଡରେ ୪.୩ ଶିଶୁ ଜନ୍ମ ହେଉଛନ୍ତି। ଅର୍ଥାତ୍ ପ୍ରତି ମିନିଟରେ ୨୫୮ ଶିଶୁ ଜନ୍ମଗ୍ରହଣ କରୁଛନ୍ତି। ସେହିପରି ପ୍ରତି ସେକେଣ୍ଡରେ ୨ ଜଣ ଲୋକ ପ୍ରାଣ ହରାଉଛନ୍ତି।
ଅର୍ଥାତ୍ ମିନିଟରେ ୧୨୦ ଜଣଙ୍କ ମୃତ୍ୟୁ ହେଉଛି। ଆମେରିକା ସେନସସ୍ ବ୍ୟୁରୋ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ବର୍ଷରେ ବିଶ୍ବ ଜନସଂଖ୍ୟା ୮୦୦ କୋଟି ପାର୍ କରିବ ବୋଲି କୁହାଯାଇଛି।