ଓଡ଼ିଶା
ରାତି ତାପମାତ୍ରା ସାମାନ୍ୟ କମିଥିଲେ ବି କୁହୁଡ଼ିର ପରିମାଣ ବଢ଼ିଛି
![](https://i0.wp.com/odia.mobilenews24x7.com/wp-content/uploads/2024/01/Cold_Wave_1704249572.jpg?resize=780%2C470&ssl=1)
ରାଜ୍ୟରେ ଦେଖବାକୁ ମିଳିଲା ଶୀତ ସାଙ୍ଗକୁ ଘନ କୁହୁଡ଼ି । ରାତି ତାପମାତ୍ରା ସାମାନ୍ୟ କମିଥିଲେ ବି କୁହୁଡ଼ିର ପରିମାଣ କିନ୍ତୁ ବଢ଼ିଛି । ଏଥି ପାଇଁ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୪ ତାରିଖ ପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଚଳିତ ମାସରେ ଶୀତ କମ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସ୍ବାଭାବିକ ତାପମାତ୍ରା ଠାରୁ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଅଧିକ ରହୁଥିବାରୁ ଶୀତ କମ ଅନୁଭୂତ ହେବ ।