କ୍ରୀଡ଼ା
ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ୭ ଉଇକେଟରେ ଜିତିବା ସହିତ ଭାରତ ଦୁଇ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ରେ ଡ୍ର ରଖିଥିଲା

କେପ୍ଟାଉନ୍ରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ୭ ଉଇକେଟରେ ଜିତିବା ସହିତ ଭାରତ ଦୁଇ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ରେ ଡ୍ର ରଖିଥିଲା।
ଏହି ଐତିହାସିକ ବିଜୟ ପରେ ରୋହିତ ଶର୍ମାଙ୍କ ଭାରତୀୟ ଦଳ ବିଶ୍ବ ଟେଷ୍ଟ ଚାମ୍ପିୟନ ତାଲିକାର ଶୀର୍ଷକୁ ଉନ୍ନୀତ ହୋଇଛି। ହେଲେ ସେଞ୍ଚୁରିଅନ୍ ଟେଷ୍ଟରେ ଭାରତ ପରାସ୍ତ ପରେ ତାଲିକାର ପଞ୍ଚମ ସ୍ଥାନକୁ ଖସି ଆସିଥିଲା।