କ୍ରୀଡ଼ା

ମହମ୍ମଦ ସିରାଜଙ୍କ ଘରେ ଆରସିବି ଟିମର ଜମିଲା ପାର୍ଟି

ହାଇଦ୍ରାବାଦୀ ବିରିୟାନୀର ମଜା ନେଲେ ଆରସିବି ଟିମ । ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର ପ୍ଲେୟାରଙ୍କ ସହ ବିରାଟ କୋହଲି ମହମ୍ମଦ ସିରାଜଙ୍କ ହାଇଦ୍ରାବାଦ ସ୍ଥିତ ଜୁବିଲ ହିଲସରେ ଥିବା ନୂତନ ଘରକୁ ଯାଇଥିଲେ । ସେଠାରେ ସିରାଜଙ୍କ ପରିବାର ଲୋକଙ୍କ ସହ ମିଶି ହାଇଦ୍ରାବାଦର ଫେମସ ବିରିୟାନିର ମଜା ନେଇଥିଲେ ସମସ୍ତେ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ ଏହାର ଟ୍ୱିଟର ହ୍ୟାଣ୍ଡେଲରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ବିରାଟ କୋହଲି ମହମ୍ମଦ ସିରାଜ ଏବଂ ତାଙ୍କ ପରିବାରଙ୍କ ସହ ନଜର ଆସିଛନ୍ତି।

ବିରାଟ କୋହଲିଙ୍କ ବ୍ୟତୀତ ଆରସିବି ଦଳର ସମସ୍ତ ଖେଳାଳୀ ମଧ୍ୟ ପହଞ୍ଚିଥିଲେ । ଏହି ଫଟୋ ସେୟାର କରିବା ବେଳେ ଆରସିବି ଏନେଇ ଏକ ମଜାଳିଆ କ୍ୟାପସନ ଲେଖିଛନ୍ତି । ଯେଉଁଥୁରେ ଲେଖାଯାଇଛି ହାଇଦ୍ରାବାଦ ବିରିୟାନି ସମୟ ଆସିଯାଇଛି । ମିୟାନଙ୍କ ସୁନ୍ଦର ନୂଆ ଘରେ ପୁଇମାନେ ଏକ ପିଟ ଷ୍ଟପ ନେଇଛନ୍ତି । ଏହା ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ବିରାଟ କୋହକଲିଙ୍କ ସମେତ ଅଧିନାୟକ ଫାପ୍ ଡୁପ୍ଲେକ୍ସି ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କ ସମେତ ବାକି ଖେଳାଳିମାନେ ମହମ୍ମଦ ସିରାଜଙ୍କ ନୂଆ ଘରେ ପହଞ୍ଚିଥିଲେ । ଖାଲି ଏତିକି ନୁହେଁ ସମସ୍ତେ ମହମ୍ମଦ ସିରାଜଙ୍କୁ ଆଲିଙ୍ଗନ କରିବା ସହ ନୂତନ ଘର ପାଇଁ ଅଭିନନ୍ଦନ ଜଣାଇଥିବା ଦେଖିବାକୁ ମିଳିଥିଲା ।


ଯଦି ଆମେ ଆରସିବି ଦଳର ଏହି ତାରକା ଖେଳାଳୀଙ୍କ ସଂଘର୍ଷ ବିଷୟରେ କହିବା ତାହେଲେ ତାଙ୍କ ପାଇଁ ସଫଳତାର ଯାତ୍ରା ସହଜ ନଥିଲା । କିଛିଦିନ ତଳେ ସିରାଜଙ୍କ ଏକ ସାକ୍ଷାତକାର ସାମ୍ନାକୁ ଆସିଥିଲା । ଯେଉଁଥିରେ ମହମ୍ମଦ ସିରାଜ ପିଲାଦିନରୁ ସଫଳତା ପର୍ଯ୍ୟନ୍ତ ଯାତ୍ରା ଏବଂ ତାଙ୍କୁ ଯେଉଁ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ରପଡିଥିଲା ତାହା ସେ କହିଥିଲେ । ମହମ୍ମଦ ସିରାଜଙ୍କ ପିଲାଦିନ ଦାରିଦ୍ର‌୍ୟତା ମଧ୍ୟରେ ଅତିବାହିତ ହୋଇଥିଲା । ତାଙ୍କ ପିତା ଜଣେ ଅଟୋ ଚାଳକ ଥିଲେ । ପ୍ରଥମ ଦିନରେ ଅଭ୍ୟାସ ପାଇଁ ମହମ୍ମଦ ସିରାଜଙ୍କ ପାଖରେ ଜୋତା ମଧ୍ୟ ନଥିଲା ।ଦାରିଦ୍ର‌୍ୟତା ସତ୍ୱେ କଠିନ ପରିଶ୍ରମ କରିଥିଲେ । ଆଜି ଏହି ବୋଲର ଦୁନିଆର ସର୍ବୋତ୍ତମ ବୋଲର ଭାବରେ ନିଜର ପରିଚୟ ସୃଷ୍‌ଟି କରିପାରିଛନ୍ତି ।

ତେବେ ଚଳିତ ଆପିଏଲ ୨୦୨୩ରେ ଆରସିବି ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ପଏଣ୍ଟ ପାଇଛି । ଆରସିବିକୁ ୨୦୨୩ ଆଇପିଏଲ କପ ଜିତିବା ପାଇଁ ହେଲେ ଅନ୍ୟ ମ୍ୟାଚ ଜିତି ନିଜର ପଏଣ୍ଟ ବଢାଇବାକୁ ପଡିବ । ସେହିପରି ଗୁରୁବାର ରାତିରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ସନରାଇଜ ହାଇଦ୍ରାବାଦକୁ ଭେଟିବ । ଯେଉଁଥିରେ ଡୁପ୍ଲେକ୍ସି ନେତୃତ୍ୱାଧୀନ ଦଳ ଆତ୍ମବିଶ୍ୱାସ ଅଧିକ ରହିବ । ତେବେ ଆରସିବି ପୂର୍ବ ଖେଳରେ ରାଜସ୍ଥାନ ରୟାଲ୍ସ କୁ ୧୧୨ ରନରେ ପରାସସ୍ତ କରିଥିଲା ।

https://twitter.com/i/status/1658145154187026434

Related Articles

Back to top button
WP Twitter Auto Publish Powered By : XYZScripts.com