Featuredରାଜନୀତି

ଜାନୁଆରୀ ୨୨ରେ ଅଯୋଧ୍ୟା ଆସିବେନି ପ୍ରଭୁ ଶ୍ରୀରାମ । ରହସ୍ୟ କଣ ଦେଖନ୍ତୁ ।

ମୋ ସ୍ୱପ୍ନରେ ଆସିଛନ୍ତି ରାମ । ବର୍ତମାନ ଏହି ଚର୍ଚ୍ଚା ଏବେ ଜୋର । ନେତାଙ୍କ ଠାରୁ ଆରମ୍ଭ କରି ଶଙ୍କରାଚାର୍ଯ୍ୟଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସ୍ୱପ୍ନରେ ଆସୁଛନ୍ତି ପ୍ରଭୁ ଶ୍ରୀରାମ । ଏକଥା ଆମେ କହୁନୁ । ଏଭଳି କିଛି ବୟାନ ଦେଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁପ୍ରସାଦ ଯାଦବଙ୍କ ପୁଅ ତଥା ମନ୍ତ୍ରୀ ତେଜପ୍ରତାପ ଯାଦବ । ସେ କହିଛନ୍ତି ଜାନୁଆରୀ ୨୨ରେ ଆଯୋଧ୍ୟା ଆସିବେ ନାହିଁ ଶ୍ରୀରାମ? ସ୍ୱପ୍ନରେ ଆସି ମୋତେ କହିଛନ୍ତି ରାମଜୀ । ଏପରିକି ୪ ଶଙ୍କରାଚାର୍ଯ୍ୟଙ୍କ ସ୍ୱପ୍ନରେ ମଧ୍ୟ ଆସି ଏଭଳି କହିଛନ୍ତି । ଆଉଥରେ ଶୁଣନ୍ତୁ କଣ କହୁଛନ୍ତି ତେଜ ପ୍ରତାପ ।

ବିହାର ମନ୍ତ୍ରିମଣ୍ଡରେ ଏବେ ମନ୍ତ୍ରୀ ଅଛନ୍ତି ତେଜ ପ୍ରତାପ ଯାଦବ। ସିଏ ସବୁବେଳେ ବିବାଦରେ ରହିଥାଆନ୍ତି। କେତେବେଳେ କୃଷ୍ଣ ରୁପରେ ଦେଖାଯାଆନ୍ତି ତ ଆଉ କେତେବେଳେ ସାଇକେଲ୍ ଚଳାଇ ବିଧାନସଭାକୁ ଯାଉଥିବାର ଦେଖିବାକୁ ମିଳିଛି। ଆଉ କେତେବେଳେ ସ୍ୱପ୍ନରେ ଭଗବାନ ଆସିଛନ୍ତି ବୋଲି କୁହନ୍ତି। ଯାହାକୁ ନେଇ ସବୁବେଳେ ଜୋରଦାର ଚର୍ଚ୍ଚା । ତେବେ ଏଠାରେ କହିରଖୁଛୁ ଯେ, ଜାନୁଆରୀ ୨୨ରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିରରେ ରାମଲଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା । ସେଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରାଜନୈତିକ ବୟାନ୍ବାଜି ମଧ୍ୟ ସେହି ହିସାବରେ ଚାଲିଛି।

ଏହାରି ଭିତରେ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ତେଜ ପ୍ରତାପ ଯାଦବ କହିଛନ୍ତି, ଯେତେବେଳେ ନିର୍ବାଚନ ଆସୁଛି, ସେତେବେଳେ ମନ୍ଦିର କଥା ମନେ ପଡ଼ୁଛି। ଆଉ ନିର୍ବାଚନ ସରିଗଲେ ମନ୍ଦିର କଥା ଭୁଲି ଯାଉଛନ୍ତି। ଇଏ କ’ଣ ଜରୁରୀ ଜାନୁଆରୀ ୨୨ ତାରିଖରେ ଶ୍ରୀରାମ ଆଯୋଧ୍ୟା ଆସିବେ? ମୁଁ କହୁଛି ସେଦିନ ରାମଜୀ ଆସିବେ ନାହିଁ। ରାମଜୀ ସ୍ୱପ୍ନରେ ଆସି ମୋତେ କହିଛନ୍ତି। ତେବେ ତେଜ ପ୍ରତାପଙ୍କ ଏଭଳିି ବିବାଦୀୟ ବୟାନକୁ ନେଇ ଏବେ ରାଜନୀତି ଜୋର । କୁହାଯାଉଚି ଯେ ରାଜନୈତିକ ପତିଆରା ବୃଦ୍ଧି କରିବା ପାଇଁ ବିଭିନ୍ନ ଦଳର ନେତା ଧର୍ମକୁ ଏକ ବଡ ଅସ୍ତ୍ର କରିଛନ୍ତି । ଏମିତିରେ ବି ବିଜେପି ଏହାର ମୁଳଦୁଆ ପକାଇଛି ବୋଲି ଚର୍ଚ୍ଚା ହେଉଛି । କାରଣ ୨୦୨୪ପାଇଁ ଅଯୋଧ୍ୟା ହେବ ପ୍ରମୁଖ ପ୍ରସଙ୍ଗ ।

ଗତବର୍ଷ ମାର୍ଚ୍ଚ ମାସରେ ସେ ସୋଶାଲ୍ ମିଡ଼ିଆରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, ମହାଭାରତ ଯୁଦ୍ଧ ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ ରୌଦ୍ର ଅବତାର ସେ ସ୍ୱପ୍ନରେ ଦେଖିଥିଲେ। ଭଗବାନଙ୍କ ସେହି ବିରାଟ୍ ରୁପ ଦେଖି ଚମକି ଯାଇ ନିଦରୁ ଉଠି ପଡ଼ିଥିଲେ ବୋଲି ପୋଷ୍ଟରେ ତେଜ ପ୍ରତାପ ଲେଖିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com