ରାଜନୀତି
ମମତା ବାନାର୍ଜୀ ଧାରଣାରେ ବସିଛନ୍ତି

ବିଭିନ୍ନ ସମାଜ କଲ୍ୟାଣ ଯୋଜନା ଲାଗି କେନ୍ଦ୍ର ସରକାରଙ୍କ ଉପରେ ପଶ୍ଚିମବଙ୍ଗର ଥିବା ବକେୟା ଦାବି ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣାରେ ବସିଛନ୍ତି।
ଶନିବାର ମଧ୍ୟ ଅନୁରୂପ ଭାବେ ଦଳର ନେତାମାନଙ୍କ ସହ କୋଲକାତାର ଭୀମରାଓ ଆମ୍ବେଦକରଙ୍କ ମୂର୍ତ୍ତୀ ସମ୍ମୁଖରେ ସେ ପ୍ରଦର୍ଶନ ଜାରି ରଖିଛନ୍ତି। ଥଣ୍ଡା ପଡ଼ୁଥିବା ସତ୍ତ୍ୱେ ଶୁକ୍ରବାର ରାତିସାରା ସେ ଧାରଣାସ୍ଥଳରେ ବସି ରହିଥିଲେ। ତାଙ୍କ ସହ ମନ୍ତ୍ରୀ ଫିରହାଦ ହାକିମ୍ ଏବଂ ଅରୁପ୍ ବିଶ୍ୱାସ ସମେତ ଅନେକ ନେତା ମଧ୍ୟ ଥିଲେ।