ଅନ୍ତର୍ଜାତୀୟ
ପାକିସ୍ତାନରେ ନୂଆ ସରକାର ପାଇଁ ମତଦାନ ଶେଷ ହୋଇଛି
![](https://i0.wp.com/odia.mobilenews24x7.com/wp-content/uploads/2024/02/2024-02-08T130127Z_1645394702_RC2CY5AZUO4H_RTRMADP_3_PAKISTAN-ELECTION-1707399079.webp?resize=770%2C470&ssl=1)
ପାକିସ୍ତାନରେ ନୂଆ ସରକାର ପାଇଁ ମତଦାନ ଶେଷ ହୋଇଛି । ନିର୍ବାଚନରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗାଇଥିଲା ।
ଆତଙ୍କବାଦ ସମ୍ପର୍କିତ ମାମଲାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଜରୁରୀ ବୋଲି ଗୃହ ମନ୍ତ୍ରଣାଳୟ କହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅନାସ୍ଥା ଭୋଟ ରେ ହଟାଇବାର ଦୁଇ ବର୍ଷ ପରେ ପାକିସ୍ତାନରେ ଏହି ନିର୍ବାଚନ ହୋଇଛି । ତିନି ଥର ପ୍ରଧାନମନ୍ତ୍ରୀ ଥିବା ନୱାଜ ସରିଫ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।