ଜାତୀୟ
ପ୍ରାଣୀ ଚିକିତ୍ସକ ମାନେ ଛୁଟିରେ ରହିଥିବାରୁ ପଶୁ-ପକ୍ଷୀଙ୍କ ଚିକିତ୍ସା ହୋଇପାରୁନାହିଁ
ପ୍ରାଣୀ ଚିକିତ୍ସକ ମାନେ ଛୁଟିରେ ରହିଥିବାରୁ ପଶୁ-ପକ୍ଷୀଙ୍କ ଚିକିତ୍ସା ହୋଇପାରୁନାହିଁ। ଅଧିକାଂଶ ସମୟରେ ଚିକିତ୍ସା ନପାଇ ପଶୁ-ପକ୍ଷୀଙ୍କ ମୃତ୍ୟୁ ଘଟୁଥିବା ଦେଖିବାକୁ ମିଳୁଛି।
କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ୟ୍ୟରତ ପ୍ରାଣୀ ଚିକିତ୍ସକମାନଙ୍କ ସହ ସମାନ ପଦୋନ୍ନତି ସୁବିଧା, କେନ୍ଦ୍ର ହାରରେ ଏନ୍ପିଏ, ରାଜ୍ୟରେ ପ୍ରାଣୀ ଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି, ଡାକ୍ତର ନିଯୁକ୍ତି, କ୍ୟାଡ଼ର ପୁନର୍ଗଠନ ଆଦି ଦାବି ନେଇ ପ୍ରାଣୀ ଚିକିତ୍ସା ସେବା ସଂଘ ଦୀର୍ଘଦିନରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛି।