ନିର୍ବାଚନ କମିଶନ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟକୁ ହ୍ୱାଟସଆପ୍ରେ ବିକଶିତ ଭାରତ ମେସେଜ୍ ପଠାଇବାକୁ ନେଇ ନୋଟିସ୍ ପଠାଇଛନ୍ତି । ନୋଟିସ୍ରେ ଏପରି ମେସେଜ୍ ପଠାଇବା ବନ୍ଦ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ସହିତ ନିର୍ବାଚନ କମିଶନ ଏହି ମାମଲାରେ ତତ୍କାଳ ମନ୍ତ୍ରଣାଳୟ ଠାରୁ ଅନୁପାଳନ ରିପୋର୍ଟ ମାଗିଛନ୍ତି । ନିର୍ବାଚନ କମିଶନଙ୍କୁ ଏ ସଂପର୍କରେ ବହୁ ଅଭିଯୋଗ ମିଳିଥିଲା । ଏହାକୁ ନେଇ କମିଶନ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।