ଓଡ଼ିଶା
ଏଣିକି ଘରୋଇ ସ୍କୁଲରେ ମାଗଣାରେ ପଢିବେ ଗରିବ ମେଧାବୀ ପିଲା
ଏଣିକି ଘରୋଇ ସ୍କୁଲରେ ମାଗଣାରେ ପଢିବେ ଗରିବ ମେଧାବୀ ପିଲା । ଏଥିପାଇଁ ୧୭ ହଜାର ୨୩୫ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଆରଟିଇ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଦରଖାସ୍ତ ହୋଇଥିଲା ।
୩୦ ହଜାରରୁ ଅଧିକ ପିଲା ଏଥିପାଇଁ ଦରଖାସ୍ତ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ୧୭ ହଜାରରୁ ଅଧିକ ପିଲା ଚୟନ ହୋଇଛନ୍ତି। ଆରଟିଇ ବା ଶିକ୍ଷା ଅଧିକାରରେ ୨୫ ପ୍ରତିଶତ ମାଗଣା ସିଟରେ ପାଠପଢିବା ଲାଗି ସୁଯୋଗ ପାଇବେ।