ମନୋରଞ୍ଜନ
ବଲିଉଡର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ କଶ୍ୟପ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି
ବଲିଉଡର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ କଶ୍ୟପ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଆଲିଆଙ୍କ ତାଙ୍କ ବିଦେଶୀ ପ୍ରେମିକ ସଚିନଙ୍କ ସହ ଗତ ଅଗଷ୍ଟ ୩ରେ ନିର୍ବନ୍ଧ ସରିଛି ।
ତେବେ ଆଲିଆଙ୍କ ବିବାହ ତାରିଖ ଘୋଷଣା ହୋଇ ନଥିବା ବେଳେ ପ୍ରସ୍ତୁତି କିନ୍ତୁ ଜୋରସୋରରେ ଆରମ୍ଭ ହୋଇଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଆଲିଆଙ୍କ ବିବାହ ପାଇଁ କଶ୍ୟପ ପରିବାର ଖୁବ ଉତ୍ସାହିତ ଅଛନ୍ତି।